ଘର ଆଗରୁ ଦୁର୍ମୂଲ୍ୟ ଚନ୍ଦନ ଗଛ କାଟି ନେଇଗଲେ ଦୃର୍ବୁତ୍ତ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଖବର ର ଶୀର୍ଷକ ଶୁଣି ଆଚମ୍ବିତ ଲାଗୁଥିଲେ ମଧ୍ୟ ଘଟଣା ଟି ସଂପୂର୍ଣ୍ଣ ସତ . ଦର୍ଶକ ବନ୍ଧୁ ଆପଣ ମାନେ ଶୁଣିଥିବେ ଅପହଞ୍ଚ ଜଙ୍ଗଲ ମଧ୍ୟ ରୁ କାଠ ମାଫିଆ ମାନେ ବହୁ ମୂଲ୍ୟବାନ ଗଛ ଚୋରି କରି ନେଉଛନ୍ତି , କିନ୍ତୁ ଏବେ ଯେଉଁ ଚନ୍ଦନ ଗଛ ଚୋରି ହୋଇଛି କୋୖଣସି ଜଙ୍ଗଲ ବା ଅପହଞ୍ଚ ଅଞ୍ଚଳରେ ନୁହେଁ . ବରଂ ଘଟଣା ଟି ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ଅସୁରେଶ୍ଵର ପଞ୍ଚାୟତ ଭାଗବତପୁର ଗ୍ରାମରେ । ଭାଗବତପୁର ଗ୍ରାମ ର ସ୍ବର୍ଗତ ନବକିଶୋର ସିଂହ କୋଡ଼ିଏ ବର୍ଷ ତଳେ ନିଜ ଘର ସମୁଖ ରେ ଦୁଇଟି ଚନ୍ଦନ ଗଛ ଲଗାଇଥିଲେ । ଏବେ ଯାହାକୁ ତାଙ୍କ ପୁତ୍ର ଅକ୍ଷୟ କୁମାର ସିଂହ ଯତ୍ନ ନେବା ସହିତ ଜଗା ରଖା କରି ଗଛ କୁ ବଢ଼ାଇଥିଲେ । କିନ୍ତୁ ବୁଧବାର ଦିନ ବିଳମ୍ବିତ ରାତିରେ ଘର ସମୁଖ ରେ ଥିବା ଦୁଇଟି ଚନ୍ଦନ ଗଛ ରୁ ଗୋଟିଏ ଚନ୍ଦନ ଗଛକୁ ଦୃର୍ବୁତ୍ତ ମାନେ କାଟି ନେଇ ଯାଇଥିବାର ସକାଳୁ ଉଠି ଅକ୍ଷୟ କୁମାର ସିଂହ ଦେଖିଥିଲେ । ଏ ନେଇ ନିଶ୍ଚିନ୍ତକୋଇଲି ଥାନା ରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି । ଚନ୍ଦନ ଗଛଟି ୨ / ୩ ଫୁଟ୍ ଗୋଲେଇ ହେବା ସହିତ ଦଶ ଫୁଟ ଉଚ୍ଚତା ହୋଇଥିଲା ବୋଲି ଜଣାଯାଇଛି । ଅସୁରେଶ୍ଵର ଅଞ୍ଚଳ ରେ ଦୀର୍ଘ ଦିନ ହେବ ଚୋରି ,ରାହାଜାନୀ ଘଟଣା ହେବାର ନଜିର ଥିଲା ବେଳେ ଏବେ ଦୁର୍ମୁଲ୍ୟ ଗଛ ଚୋରି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଅସୁରେଶ୍ଵର ଅଞ୍ଚଳ ରେ ଚୋରା କାଠ ମାଫିଆ ଓ ସରକାରୀ ଅନୁମତି ନଥିବା ଚୋରା କରତ କଳ ଅବାଧରେ ଚାଲୁଥିବା ରୁ ଏଭଳି ଗଛ ଚୋରି ଘଟଣା ଘଟୁଥିବା ସ୍ଥାନୀୟ ଜନସାଧାରଣ ପ୍ରକାଶ କରିଛନ୍ତି । ନିଶ୍ଚିନ୍ତକୋଇଲି ପୋଲିସ ବିଳମ୍ବରେ ହେଲେ ମଧ୍ୟ ଚୋରି ହୋଇଥିବା ସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ନିଶ୍ଚିନ୍ତକୋଇଲି ପୁଲିସ ର ଗ୍ରାମାଞ୍ଚଳରେ ପହରା ନଥିବାରୁ ଏଭଳି ଚୋରି ହୋଉଥିବା ଜନସାଧାରଣ ଅଭିଯୋଗ କରିଛନ୍ତି । ଯଦି ଏଭଳି ଘର ସମୁଖ ରୁ ମୂଲ୍ୟବାନ ଗଛ ଚୋରି ହୁଏ । କିଭଳି ଜନସାଧାରଣ ମାନେ ନିଶ୍ଚିନ୍ତ ରେ ଶୋଇବେ ଏହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *