ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ରବି ସେଠ ମୋର ସୁନା ର ଘର ସଂସାର କୁ ଭାଙ୍ଗି ଚୁରମାର କରି ଦେଇଛି । ସ୍ତ୍ରୀ ନାଁ ରେ ସାଙ୍ଘାତିକ ଅଭିଯୋଗ ଆଣିଲେ ସ୍ୱାମୀ ଏବଂ ଶାଶୁ , ଥାନାରେ ଦେଲେ ଲିଖିତ ଅଭିଯୋଗ । ସଲିମା ଖାତୁନ ନାମକ ଜଣେ ବୃଦ୍ଧା ମହିଳା ଲିଖିତ ଅଭିଯୋଗ କରିଛନ୍ତି କି ତାଙ୍କ ବୋହୁ ତାଙ୍କୁ ମାଡ଼ ମାରିଛନ୍ତ , ଶାରିରୀକ ଓ ମାନସିକ ନିର୍ଯାତନା ଦେଇଛନ୍ତି , ଘଟଣା ସମ୍ପର୍କରେ ସେ ତାଳଚେର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ରେ ଦର୍ଶାଇଛନ୍ତି କି ତାଙ୍କ ପୁଅ ସାହିଦ ଖାଁ କୁ ଆନମ ନାଜ ବିବାହ କରିଥିଲେ । ବିବାହର କିଛି ବର୍ଷ ଭଲରେ କଟିଥିଲା କିନ୍ତୁ ଯେବେ ତାଙ୍କ ପୁଅ ଓ ବୋହୁ ର ବୈବାହିକ ଜୀବନରେ ରବି ସେଠ ନାମକ ଏକ ବ୍ୟକ୍ତି ଆସିଛି , ସେବେଠାରୁ ବୋହୁ ସମ୍ପୂର୍ଣ୍ଣ ରୂପେ ତା କଥାରେ ଉଠ ବସ ହେଉଛି । ପୁଅ ନ ଥିବା ବେଳେ ସେ ଘରକୁ ଆସି ବୋହୁ ସହିତ ଘର ଭିତରେ ଅନେକ ସମୟ ରହେ । ମୁଁ ବିରୋଧ କଲେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲା । ଗତ ତିନି ମାସ ହେବ ସେହି ରବି ସେଠ ସହିତ ମିଶି ଏକ ଖବରକାଗଜ ରେ ସାମ୍ବାଦିକତା କରୁଥିଲା ଓ ମନ୍ଦ ଉଦ୍ଦେଶ୍ୟ ରଖି ପୁଅ ର ଚାରି ଚକିଆ ଯାନ କୁ ବ୍ୟବହାର କରିବାକୁ ସୁବିଧା ହେବ ବୋଲି କିଛି ଦିନ ହେବ ତାକୁ ମଧ୍ୟ ବାଧ୍ୟ କରି ସେହି ଖବରକାଗଜ ର ଏକ ସାମ୍ବାଦିକ ଭାବରେ ଅସ୍ତ୍ର କରିଥିଲା । ଏହି କାରଣରୁ ପୁଅ କୁ ବୋହୁ ଆନମ ନାଜ ଅତି ଅଭଦ୍ର ଭାଷାରେ ଅଗଷ୍ଟ 22 ତାରିଖ ଦିନ ଗାଳି କରୁଥିଲା , ଯାହାକୁ ବିରୋଧ କରିବାରୁ ସେ ଏକ ବୋତଲକୁ ଉପରକୁ ଫୋପାଡ଼ି ବାରୁ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ . ପୁଅ ର ମଧ୍ୟ ମୁଣ୍ଡ ରେ ଆଘାତ ଲାଗିଥିଲା , କିନ୍ତୁ ଡାକ୍ତରଖାନା ରେ ଚିକିତ୍ସିତ କରାଇବା ପରେ ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ପ୍ରତିକ୍ରିୟା ରଖି ସ୍ୱାମୀ ସାହିଲ ଖାଁ କହିଛନ୍ତି କି , ମୋ ସ୍ତ୍ରୀ ଓ ରବି ସେଠ ମିଶି ବିଭିନ୍ନ ଯାଗାକୁ ଯାଇ ଚାନ୍ଦା ଆଦାୟ କରନ୍ତି , ସେ ମୋ ସ୍ତ୍ରୀ କୁ କହୁଛି ଛୋଟ ଛୋଟ ସେକ୍ସି ଡ୍ରେସ ପିନ୍ଧି ଆସିଲେ ଭଲ ଚାନ୍ଦା ମିଳିବ , ସେ ମୋ ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରୁଥିବା ମୋ ର ସନ୍ଦେହ ହଉଛି , ଆମ ସ୍ୱାମୀ ସ୍ତ୍ରୀ ର ସମ୍ପର୍କ କୁ ଖରାପ କରି ମୋ ସ୍ତ୍ରୀ କୁ କହୁଛି ତୋ ସ୍ୱାମୀ କୁ ଛାଡି ଦେ , ଯିଏ ହେଲେ ବି ଆମ ଚ୍ୟାନେଲ ରୁ ତୋତେ ରଖିବ । ଚ୍ୟାନେଲ ମାଲିକ କହୁଛନ୍ତି କି ତୋ ସ୍ୱାମୀ ଠାରୁ ଆସି ଅଫିସ ରେ ରହ ତିରିଶ ହଜାର ଟଙ୍କା ମିଳିବ , ଆଜ୍ଞା ମୋ ଘର ସଂସାର ଉଜୁଡି ଗଲା ମୋର ଇଜତ ମହତ ପଳାଇ ଗଲା, ଦୁଇ ବର୍ଷ ର ପୁଅ କୁ ନ୍ୟାୟ ଦେବ କିଏ ।
ମହିଳା ସାମ୍ବାଦିକ ନାଁ ରେ ସାଙ୍ଘାତିକ ଅଭିଯୋଗ ଆଣିଲେ ସ୍ୱାମୀ ଏବଂ ଶାଶୁ : ଥାନାରେ ଦେଲେ ଲିଖିତ ଅଭିଯୋଗ !!!

