ଗଛ ଲଗାଇଲେ : ଦାୟିତ୍ୱ ନେବାକୁ ଶପଥ ନେଲେ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ପରିବେଶ ସୁରକ୍ଷା ଏବଂ ବୃକ୍ଷରୋପଣକୁ ଗୁରୁତ୍ୱ ଦେଉଛି ସମଗ୍ର ବିଶ୍ବ ! ପ୍ରଦୂଷଣ ରୁ ମୁକ୍ତି , ବିଶ୍ବ ତାପନ ରୁ ରକ୍ଷା ପାଇଁ ବୃକ୍ଷ ହିଁ ଏକମାତ୍ର ବିକଳ୍ପ ! ଦେଶ ତଥା ରାଜ୍ୟରେ ସରକାରୀ ସ୍ତରରେ ବ୍ୟାପକ ବୃକ୍ଷରୋପଣ କରାଯାଉ ଥିବା ସମୟରେ , ଏ ଦିଗରେ ମଧ୍ୟ ପ୍ରୟାସ ଜାରି ରଖିଛନ୍ତି ବିଭିନ୍ନ ସାମାଜିକ ସଂଗଠନ ! ପୁରୁଣା ଭୁବନେଶ୍ୱର ଅଞ୍ଚଳର ସାମାଜିକ ସଂଗଠନ ବର୍ଷା ଫାଉଣ୍ଡେସନ ଚ୍ୟାରିଟେବଲ ଟ୍ରଷ୍ଟ ତରଫରୁ ଶ୍ରୀଲିଙ୍ଗରାଜ ମନ୍ଦିର ପାର୍ଶ୍ବରେ ଅବସ୍ଥିତ ବିଏମ ହାଇସ୍କୁଲ ପରିସରରେ ଆୟୋଜିତ ହୋଇଯାଇଛି ବୃକ୍ଷରୋପଣ କାର୍ଯ୍ୟକ୍ରମ ! ବର୍ଷା ଫାଉଣ୍ଡେସନ ର ପରିଚାଳନା ମୁଖ୍ୟ ବର୍ଷା ଦାସ ଙ୍କ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ପରିବେଶବିତ ଡ଼.ଦିଲ୍ଲୀପ ଶ୍ରୀଚନ୍ଦନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ସମୟରେ ସମାଜସେବୀ ଗଣେଶ ସାମନ୍ତରାୟ , ଡ଼.ପ୍ରକାଶ ଶ୍ରୀଚନ୍ଦନ , ସାମାଜିକ କର୍ମୀ ନିରଞ୍ଜନ ସାହୁ , ସାମ୍ବାଦିକ ରଶ୍ମିତା ଦାସ , ସମାଜସେବୀ ଚକ୍ରବର୍ତ୍ତୀ ଓତା ପ୍ରମୂଖ ଅତିଥି ଭାବରେ ଯୋଗଦେଇ ବୃକ୍ଷରୋପଣ କରିଥିଲେ !

ଅନୁଷ୍ଠାନ ଦ୍ୱାରା ଆୟୋଜିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସଦସ୍ୟା ସନ୍ଧ୍ୟାରାଣୀ ଵିଶୋଇ , ଉଷାରାଣୀ ସାହୁ , ଅନୁସୂୟା ବାରିକ , ସୁଦେଷ୍ମା ପୃଷ୍ଟି , ପ୍ରିୟଙ୍କା ଦାସ , ମଧୁସ୍ମିତା ସ୍ବାଇଁ , ପ୍ରୀତମ ଦାସ , ଭକ୍ତି ରଞ୍ଜନ ପଳାଇ , ପଶୁପ୍ରେମୀ ପ୍ରଦିପ ଦାସ , ପ୍ରଦୀପ ଖଣ୍ଡଆଳ , ପ୍ରୀତୋଷ ଦାସ ପ୍ରମୂଖ ଉପସ୍ଥିତ ରହିଥିଲେ ! କେବଳ ଗଛ ଲଗାଇଦେଲେ କାମ ସରି ଯାଏନା , ବରଂ ଏହାର ଦାୟିତ୍ୱ ନେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ ବୋଲି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଶ୍ରୀଚନ୍ଦନ ସମସ୍ତ ସ୍ୱେଚ୍ଛାସେବୀ ମାନଙ୍କୁ କହିଥିଲେ !

Leave a Reply

Your email address will not be published. Required fields are marked *