ଅନୁଗୁଳ ( ଆୱାଜ ମିଡ଼ିଆ ) – ଚିନ୍ମୟୀ ଦାସ : ପୋକତୁଙ୍ଗା ଗ୍ରାମରେ ଅଭାବନୀୟ ଘଟଣା ! ସ୍କୁଲ ଟେମ୍ପୋ ଓଲଟି ତିନି ଛାତ୍ର ଗୁରୁତର ହୋଇ ଅନଗୁଳ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି ହୋଇଛନ୍ତି ! ସୂଚନା ମୁତାବକ ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ଗ୍ରାମ ଠାରେ ସ୍କୁଲ ଟେମ୍ପୋ ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା, ଗ୍ରାମ ର କିଛି ବ୍ୟକ୍ତି ଆହତ ମାନଙ୍କୁ ଉଦ୍ଧାର କରିବା ସହିତ ଦୁର୍ଘଟଣା ସମ୍ପର୍କରେ ସମାଜସେବୀଙ୍କୁ ଫୋନ ଯୋଗେ ଜଣାଇଥିଲେ ! ଖବର ପାଇ ତୁରନ୍ତ ସେଠାରେ ପହଂଚି ପିଲାମାନଙ୍କୁ ଚିକିତ୍ସା ରେ ସହଯୋଗ କରିବା ସହିତ ସ୍ଥାନୀୟ ସରପଞ୍ଚ ସୁଜିତ ମହାଳିକ ଙ୍କୁ ଖବର ଦିଆଯାଇଥିଲା ! ଟେମ୍ପୋ ଚାଳକ ଙ୍କ ସମେତ ଜଗଦିଶ ଦେହୁରୀ (10) , ବୁବୁନ ସାହୁ(11), ମହେଶ ପ୍ରଧାନ(7)ଙ୍କୁ ଉଦ୍ଧାର କରାଯାଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା !
ସ୍କୁଲ ଟେମ୍ପୋ ଓଲଟି ତିନି ଛାତ୍ର ଗୁରୁତର !!!

