କଳାପଥର ଡ୍ରାଇଭର ମହାସଂଘ ଦ୍ୱାରା ଡ୍ରାଇଭର ଦିବସ ପାଳିତ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : କଳାପଥର ଡ୍ରାଇଭର ମହାସଂଘ ଦ୍ୱାରା ଡ୍ରାଇଭର ଦିବସ ପାଳିତ ହୋଇଯାଇଛି ! ସେପ୍ଟେମ୍ବର ୧ ତାରିଖ ଡ୍ରାଇଭର ଦିବସ ହୋଇଥିବା ବେଳେ ଓଡ଼ିଶାର ସମସ୍ତ ଜିଲ୍ଲା ଓ ବ୍ଲକରେ ଡ୍ରାଇଭର ମାନେ ଡ୍ରାଇଭର ଦିବସ ପାଳନ କରିଛନ୍ତି । ଓଡିଶା ଡ୍ରାଇଭର ମହାସଂଘର ବାଙ୍କୀ ବ୍ଲକ କଳାପଥର ଶାଖା ତରଫରୁ ଡ୍ରାଇଭର ଦିବସ ପାଳନ କରାଯାଇଛି । ସଂଘର ସଭାପତି ବିଜୟ କୁମାର ପାତାଳସିଂ , ଉପ ସଭାପତି ସୁରେଶ କୁମାର ପାତ୍ର , ସମ୍ପାଦକ ଲୋଚନ ବେହେରା, ସହ ସଂପାଦକ ମନୋଜ କୁମାର ରାମ, ସହ ସମ୍ପାଦକ ବିରବର ଜେନା ଓ ଆଡମିନ ପ୍ରକାଶ ବାରିକ, ସତ୍ୟରଞ୍ଜନ ସାହୁ, ଦୁନାଭାସ୍କର ମୂର୍ତ୍ତି, ବୁଟୁନ ଜେନା, ସୁଶାନ୍ତ କୁମାର ଦାସ, କୃଷ୍ଣଚନ୍ଦ୍ର ମହାରଣାଙ୍କ ସମେତ କଳାପଥର ଅଞ୍ଚଳର ସମସ୍ତ ଡ୍ରାଇଭର ବାବା କପିଳେଶ୍ବର ଦେବଙ୍କ ମନ୍ଦିର ପାଖରେ ଥିବା କାର୍ଯ୍ୟାଳୟ ଠାରେ ଏକ ସାଧାରଣ ସଭା କରିଥିଲେ । ଏହାପରେ ସମସ୍ତ ଡ୍ରାଇଭର ମାନେ ପଦଯାତ୍ରା କରିବା ସହ ବଜାର ପରିକ୍ରମା କରିଥିଲେ। ବଜାର ପରିକ୍ରମା ସାରିବା ପରେ ସଙ୍ଘ କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କେକ୍ କାଟିବା ସହିତ ଆଗକୁ କେମିତି ବାଙ୍କୀ ବ୍ଲକ କଳାପଥର ଶାଖାର ସମସ୍ତ ଡ୍ରାଇଭର ମାନେ ନିସ୍ବାର୍ଥପର ଭାବରେ ସମାଜ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିବେ ବୋଲି ଡ଼୍ରାଇଭର ମହାସଂଘର ସମସ୍ତ ସଦସ୍ୟ ମାନେ ମତ ପ୍ରକାଶ କରିଥିଲେ । ଏହି ଅବସରରେ କଳାପଥର ଡ୍ରାଇଭର ମହାସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *