ଗୋମାଫିଆ ଙ୍କ ଆକ୍ରମଣର ଶୀକାର ହେଲେ ସୁବାଶିଷ ଷଡ଼ଙ୍ଗୀ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ସୁବାଶିଷ ଷଡଙ୍ଗୀଙ୍କ ଉପରେ ମରଣାନ୍ତକ ଆକ୍ରମଣ । ବିଳମ୍ବିତ ରାତିରେ ଗୋଚାଲାଣ ସମ୍ପର୍କରେ ଖବର ପାଇ ସୁବାଶିଷ ଷଡଙ୍ଗୀ ଏବଂ ତାଙ୍କର ଦୁଇ ଜଣ ସାଥି ଆଳି ର ମାଳିଖୁଣ୍ଟି ପାଖରେ ପହଞ୍ଚିଥିଲେ ! ସହିଦ ପ୍ରତାପ ପାଣିଙ୍କର ପ୍ରତିମୂର୍ତ୍ତୀ ପାଖରେ ଗାଇ ବୋଝେଇ ଗାଡି ଗୁଡିକ ଦେଖି ତାର ପ୍ରତିବାଦ କରିଥିଲେ । ତେବେ ସେଠାରେ ଥିବା ପ୍ରାୟ ୨୫ ରୁ ୩୦ ଜଣ ଲୋକ ଲୁହା ରଡ ଓ ଠେଙ୍ଗା ଦ୍ବାରା ସେମାନଙ୍କୁ ଆକ୍ରମଣ କରିଥିଲେ ! ଗୋମାଫିଆ ଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ବେଳେ ଆଳି ଥାନା କର୍ମଚାରୀ ସେମାନଙ୍କୁ ଉଦ୍ଧାର କରିଥିଲେ । ସୁବାଶିଷ ଷଡ଼ଙ୍ଗୀ ଙ୍କ ସହିତ ବିକ୍ରମ ଧଳ ଓ ଗୋଧନ ଗୋ ପ୍ରେମି ଉପସ୍ଥିତ ଥିଲେ । ଆକ୍ରମଣରେ ଗୁରୁତର ଆହତ ହେବା ପରେ କେନ୍ଦ୍ରାପଡା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ସୁବାଶିଷ ଷଡଙ୍ଗୀ । ଏହି ଆକ୍ରମଣ ପରେ ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *