ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା – ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ବାଘମାରି ହଟକେଶ୍ଵର ମହିଳା ମହାବିଦ୍ୟାଳୟ ପାଖରେ ଗୋରୁ ଭର୍ତ୍ତି କଣ୍ଟେନର ଜବତ ହୋଇଛି ! କଣ୍ଟେନର ଯୋଗେ ୭୦ ଟି ଗୋରୁଙ୍କୁ ବିକ୍ରୀ କରିବା ପାଇଁ ପଶ୍ଚିମବଙ୍ଗ ଅଭିମୁଖେ ନିଆ ଯାଉଥିଲା । ଦୀର୍ଘ ଦିନ ଧରି ବେଗୁନିଆ ଥାନା ଅନ୍ତର୍ଗତ କୁଶପଲ୍ଲା ଗ୍ରାମରୁ ଗୋ ଚାଲାଣ ହେଉଥିବା ବେଳେ ପୋଲିସ ସେଭଳି ସେଭଳି ଆଖିଦୃଶିଆ ସଫଳତା ପାଇ ପାରି ନଥିଲା । ତେବେ ଏହି ଗୋରୁ ବୋଝେଇ ଗାଡିଟିକୁ କିଛି ଯୁବକ ଅଟକାଇ ବାଘମାରି ଥାନା ପୋଲିସକୁ ଖବର ଦେଇଥଲେ । ପୋଲିସ ଘଟଣା ସ୍ଥଳରେ ପହଁଚି ଗାଡିଟିକୁ ଜବତ କରିବା ସହ ଚାଳକ ଓ ଗୋ ଚାଲାଣ କାରୀଙ୍କୁ ଅଟକ ରଖି ତଦନ୍ତ କରୁଛି । ସୂଚନାରୁ ପ୍ରକାଶ ଯେ ବେଗୁନିଆ ଥାନା ଅନ୍ତର୍ଗତ କୁଶପଲ୍ଲା ଗ୍ରାମରେ ଗୋରୁ ମାଫିଆ ମାନେ ସକ୍ରିୟ ହୋଇ ପଶ୍ଚିମବଙ୍ଗ ଗୋରୁ ଚାଲାଣ କରୁଥିବାର ଜଣାପଡିଛି ।
୭୦ ଟି ଗୋରୁ ସହ କଣ୍ଟେନର ଜବତ !!!

