କଟକ ( ଆୱାଜ ମିଡ଼ିଆ ) ଦିଲ୍ଲୀପ ପତି : କଟକ ସଦର ବ୍ଲକ କନ୍ଦରପୁର ପଞ୍ଚାୟତ ଉପକଣ୍ଠ ବମ୍ବୁରି ଗ୍ରାମର ସାମାଜିକ ସଂଗଠନ “ନେତାଜୀ ୟୁଥ କ୍ଲବ” ପକ୍ଷରୁ ଆୟୋଜିତ ହୋଇଯାଇଛି ଆଠଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ . ଚଳିତ ସଂସ୍କରଣରେ କଟକ ଏବଂ ଜଗତସିଂହପୁର ଜିଲ୍ଲାର ୧୨ଟି ପଞ୍ଚାୟତର ୧୬ଟି ଟିମ ଯଥା କନ୍ଦରପୁର, ସୋମପୁର, ଗୋବିନ୍ଦପୁର, ଫକୀରପଡା-୧, ଫକୀରପଡା-୨, ସରିଚୁଆଁ ୧-୨-୩, ବରାଳ, ଧୂଳିଶ୍ୱର, ଚାନ୍ଦୁଲି, କଳପଡା, ରାଜହଂସ, ତଅରପା, ସଂଖାରିସାହି, ଥୋରିଆପଡା, ତଳଫାଟକ, ଅଲ୍ଲୀପୁର ପ୍ରମୁଖ ଅଂଶଗ୍ରହଣ କରିଥିଲେ . ଫାଇନାଲ ମ୍ୟାଚରେ ସାଲେପୁର ବ୍ଲକର ସୌରୀ ପଂଚାୟତର ଅଲ୍ଲିପୁର ଟିମ ବିଜୟୀ ହୋଇ ପୁରସ୍କାର ସହ ଅର୍ଥରାଶି ଗ୍ରହଣ କରିଥିବାବେଳେ କଟକ ସଦର ବ୍ଲକ ସୋମପୁର ପଂଚାୟତ ଟିମ ରନର୍ସ ଅପ ବିବେଚିତ ହୋଇଛି ! ପୁରସ୍କାର ବିତରଣୀ ସଭାରେ ମୂଖ୍ୟ ଅତିଥି ଭାବେ କଟକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦର ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ, ଶ୍ରମିକ ନେତା ଚକ୍ରବର୍ତ୍ତୀ ଓତା, ବିଜେପି କନ୍ଦରପୁର ମଣ୍ଡଳ ଜିଲ୍ଲା ପ୍ରତିନିଧି ପୀୟୂଷ ରଂଜନ ପରିଡା, ସନ୍ତୋଷ ଭୋଇ, ଦାଶରଥି ପ୍ରସାଦ ଚୌଧୁରୀ, ଭାରତୀୟ ରାଷ୍ଟ୍ରୀୟ କିଶାନ ମଜଦୁର ସଂଗଠନର ରାଜ୍ୟ ସଂଯୋଜକ ଦୁର୍ଗା ପ୍ରସାଦ ପରିଡ଼ା, ସଂନ୍ତୋଷ ହାତୀ, ରାଜେନ୍ଦ୍ର ଲେଙ୍କା, ବିଶ୍ୱରଂଜନ ରାଉଳ, ନୃସିଂହ ଚରଣ ସାହୁ ଉପସ୍ଥିତ ରହିଥିଲେ . ଜିସାନ ଅକ୍ତାର ଓ ସମ୍ବିତ ମହାପାତ୍ର ମ୍ୟାଚ ପରିଚାଳନା କରିଥିଲେ !
ନେତାଜୀ ୟୁଥ କ୍ଲବ ପକ୍ଷରୁ ପଞ୍ଚାୟତ ସ୍ତରୀୟ ଆଠଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ !

