ହାଡୁଭାଙ୍ଗୀ ଗ୍ରାମ ପଞ୍ଚାୟତରେ ” ସ୍ୱଚ୍ଛତା ହିଁ ସେବା ” କାର୍ଯ୍ୟକ୍ରମ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କାଶୀନଗର ପଞ୍ଚାୟତ ସମିତି ଅନ୍ତର୍ଗତ ହାଡୁଭାଙ୍ଗୀ ଗ୍ରାମ ପଞ୍ଚାୟତରେ ” ସ୍ୱଚ୍ଛତା ହିଁ ସେବା ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଟି. ଶଙ୍କର ରାଓ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ରଥ ଯୋଗଦେଇ ସ୍ବଚ୍ଛ ଭାରତ ଯୋଜନାର ଆଭିମୁଖ୍ଯ ଜନସାଧାରଣଙ୍କୁ ବୁଝାଇ ଥିଲେ । ପରେ ସମସ୍ତ ପଞ୍ଚାୟତ ପ୍ରତିନିଧି, ଅଙ୍ଗନବାଡି କର୍ମୀ, ଏମବିକେ, ସିଆରପି ଓ ଜନସାଧାରଣଙ୍କ ସହଯୋଗରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଆରଏସ୍ କେ. ବିର ପ୍ରସାଦ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *