କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ଶୀକାର ହୋଇଛନ୍ତି , ଦାରା ସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ ଜୈନ ! ଓଡ଼ିଶା ନାୟାଳୟ ଦାରା ସେନା ର ଅଧକ୍ଷ ମୁକେଶ ଜୈନ ଙ୍କ ପ୍ରତି ଓଡ଼ିଶା ସରକାର ଙ୍କ ତରଫରୁ ମିଥ୍ୟା ଆରୋପ କୁ ପ୍ରତ୍ୟାହାର କରିବା ଜରୁରୀ । ଏପରି ଦାବୀ ଏବେ ଜୋର ଧରିବାରେ ଲାଗିଛି ! ନ୍ୟାୟ ସମସ୍ତଙ୍କ ପାଇଁ ସମାନ ଥିବା ବେଳେ କିପରି ଏକ ସୋସାଲ ମିଡ଼ିଆ ମେସେଜ କୁ ନେଇ ଦାରା ସେନା ଅଧକ୍ଷ ଙ୍କୁ ଓଡ଼ିଶା ପୋଲିସ ଚାରୋଟି ସଙ୍ଗୀନ ଅଭିଯୋଗ କାହା ଇଙ୍ଗିତରେ କରାଯାଇ ଶ୍ରୀ ଜୈନ କୁ ଦିଲ୍ଲୀ ରୁ ଗିରଫ କରାଯିବା ପରେ ଭୁବନେଶ୍ୱର କି ପୁରୀ କାରାଗାର ରଖା ନଯାଇ ବାଲେଶ୍ଵର କାରାଗାର ରେ ରଖାଗଲା ତାହା ମଧ୍ୟ ଏଠାକାର ଲୋକ ଙ୍କ ମନରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶ୍ରୀ ଜଗନ୍ନାଥଙ୍କ ରଥ ଯାତ୍ରାକୁ 2020 ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବଡେ ନିଷିଦ୍ଧ କରିଥିଲେ । ଏହି ଘଟଣାରେ ଦାରା ସେନାର ରାଷ୍ଟ୍ରୀୟ ସଭାପତି ମୁକେଶ ଜୈନ , ଶ୍ରୀ ଶରଦ ଅରବିନ୍ଦ ବଡେଙ୍କୁ ଜୋତା ଡାକିବା ଅଭିଯୋଗରେ ଓଡିଶା ପୋଲିସ ଗିରଫ କରିଥିଲା । ଆଇଆଇଟି ଇଞ୍ଜିନିୟର ମୁକେଶ ଜୈନ ଙ୍କୁ ଭାରତ ସରକାରଙ୍କ ଆଇନ ଉଲ୍ଲଂଘନ କରି ଓଡିଶାର ବାଲେଶ୍ୱର ଜେଲରେ ୧୪ ମାସ କାରାଗାରରେ ରଖା ଯାଇଥିଲା । ପରେ ଶ୍ରୀ ଜୈନ ତଦନ୍ତକାରୀ ସଂସ୍ଥା ଏବଂ ବିଚାର ବିଭାଗ ର ଶିକାର ହୋଇଥିଲେ । ହ୍ୱାଟ୍ସ ଆପ ବାର୍ତ୍ତାର ଅପରାଧ ପାଇଁ ଶ୍ରୀ ଜେନାଙ୍କ ବିରୋଧରେ ୪ ଟି ମାମଲା ଚାଲୁ ରହିଛି । ଜାମିନରେ ଆସିଥିବା ଶ୍ରୀ ମୁକେଶ ଜୈନ ଙ୍କ ମୌଳିକ ଅଧିକାରକୁ ଅଦାଲତ କିପରି ଉଲ୍ଲଂଘନ କରୁଛନ୍ତି ବୋଲି ଉଠିଛି ପ୍ରଶ୍ନ ? ଓଡ଼ିଶା ପୋଲିସ ସହ ମିଶି କଟକରୁ ଜଣେ ବିଶିଷ୍ଟ ବ୍ୟକ୍ତି ଦାରା ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ ଜେନାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିବା ଶ୍ରୀ ଜୈନ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।ପରେ ଏପରି ଘଟଣା କୁ ନେଇ ସୁପ୍ରିମ୍ କୋର୍ଟର ବିଶିଷ୍ଟ ଓକିଲ ଶ୍ରୀ ଏପି ସିଂ କହିଛନ୍ତି ଯେ ନ୍ୟାୟ ସମସ୍ତ ଙ୍କୁ ମିଳିବା ଦରକାର , ଯାହାବି ହେଉ ଯେଉଁ ବ୍ୟକ୍ତି ନିଜ ଦୋଷ ପାଇଁ ଯେତିକି ସମୟ ସଜା ମିଳିବା ଦରକାର ତ ଠାରୁ ଅଧିକ ସମୟ ବିଚାରଧୀନ କଏଦୀ ଭାବରେ ସଜା କାଟିଥିବା ବ୍ୟକ୍ତିକୁ ସମ୍ମାନ ପୂର୍ବକ ଜେଲେ ରୁ ମୁକ୍ତ କରିବା ଦରକାର ! ଦାରା ସେନା ରାଷ୍ଟ୍ରୀୟ ଅଧକ୍ଷ ମୁକେଶ ଜୈନ ଙ୍କ ଉପରେ ଯେଉଁ ୪ଟି ଦଫା ଲଗାଇ ଦିଆଯାଉଛି ଯାହାର ସଜା ଯେତିକି ଦିନ ହେବା କଥା ତା ଠାରୁ ଅଧିକ ଦିନ ଶ୍ରୀ ଜୈନ ବାଲେଶ୍ଵର କାରାଗାର ରେ କାଟିଥିବାରୁ ତାଙ୍କୁ ଯଦି ଅଦାଲତ ଉଚିତ୍ ନ୍ୟାୟ ପ୍ରଦାନ କରି ନିର୍ଦ୍ଦୋଷ ସାବ୍ୟସ୍ତ ନକରନ୍ତି , ତେବେ ଉକ୍ତ ଘଟଣା ପାଇଁ ଉଚ୍ଚତମ ନ୍ୟାୟାଳୟ ରେ ଦ୍ବାରସ୍ଥ ହେବେ ବୋଲି ସେ କହିଛନ୍ତି । ତେବେ ଦେଖିବାର ଅଛି ଆଗାମୀ ଦିନରେ କଟକ ଜିଲ୍ଲା ନାୟାଳୟ କଣ ନ୍ୟାୟ ପ୍ରଦାନ କରୁଛନ୍ତି , ଦାରା ସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ ଜୈନ ଙ୍କୁ । ନା ନ୍ୟାୟ ନ ପାଇ ଉଚ୍ଚତମ ନ୍ୟାୟାଳୟରେ ନ୍ୟାୟ ଭିକ୍ଷା କରିବେ ଦାରା ସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ ଜୈନ ।

