କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଟକ ଜିଲ୍ଲାର ଅଗ୍ରଣୀ ସଂଗଠନ ଉତ୍ତରାଧିକାରୀ ପ୍ରମାଣପତ୍ର ସଂଶୋଧନ ମଞ୍ଚ ତରଫରୁ ନୂତନ ଭାବେ ଯୋଗ ଦେଇଥିବା କଟକ ସଦର ତହସିଲଦାର ମାନସ ରଞ୍ଜନ ଭୋଇ ଙ୍କୁ ସମ୍ବର୍ଦ୍ଧନା ସହ ଦାବିପତ୍ର ପ୍ରଦାନ କରାଯାଇଛି । ଏହା ସହ କିପରି ପ୍ରମାଣପତ୍ର ରେ ଝିଅ, ଭଉଣୀ ଓ ବିଧବା ବୋହୂ ଙ୍କ ନାମ ବାଦ୍ ଦିଆଯାଇ ସ୍ଥାନୀୟ କଙ୍ଗାରୁ କୋର୍ଟ ଙ୍କ ସହାୟତାରେ ଆବେଦନକାରୀ ମାନେ ଜାଲ ପ୍ରମାଣପତ୍ର ହାସଲ କରୁଛନ୍ତି ଏହି ବିଷୟରେ ତହସିଲଦାର ଙ୍କୁ ଅବଗତ କରାଯାଇଥିଲା । ଉକ୍ତ ବିଷୟ କୁ ତହସିଲଦାର ଗୁରୁତ୍ଵ ସହ ନେଇ ସଦର ତହସିଲ୍ ଅଧୀନରେ ଥିବା 25 ରାଜସ୍ୱ ନିରୀକ୍ଷକ ଙ୍କୁ ଉତ୍ତରାଧିକାରୀ ପ୍ରମାଣପତ୍ର ତଦନ୍ତ ବେଳେ ନିରପେକ୍ଷ ତଦନ୍ତ ସହ ମହିଳା ମାନଙ୍କ ସମ୍ପତ୍ତିଗତ ଅଧିକାର ପ୍ରାଥମିକତା ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦାବିପତ୍ର ପ୍ରଦାନ ବେଳେ ସଂଗଠନର କାର୍ଯ୍ୟକାରୀ ସଭାପତି ବସନ୍ତ କୁମାର ପଣ୍ଡା, ଉପ-ସଭାପତି ଦିଲିପ ପାଣିଗ୍ରାହୀ, ସମ୍ପାଦକ ଭାଗବତ ପତି ଓ ମଞ୍ଚ ର ଆବାହକ ଲକ୍ଷ୍ମଣ ଦିକ୍ଷୀତ ଓ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।
ଉତ୍ତରାଧିକରୀ ପ୍ରମାଣପତ୍ର ସଂଶୋଧନ ମଞ୍ଚ ତରଫରୁ ତହସିଲଦାର ଙ୍କୁ ସମ୍ବର୍ଦ୍ଧନା ଓ ଦାବିପତ୍ର ପ୍ରଦାନ !!!

