ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ କରଚବାଡି ପଞ୍ଚାୟତ ବୁଲଡ଼ ପଙ୍କା ଗ୍ରାମରେ ଦେଖା ଦେଇଛି ବିକାଶର ମାନଚିତ୍ର ।ସରକାର ମାଆ କୁ ସମ୍ମାନ, ଗାଁ କୁ କାମ ନାରା ଦେଇ ବିକାଶର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଆଜି ବି ଗାଁ କୁ ରାସ୍ତା ନଥିବାରୁ ଲୋକଙ୍କ କାନ୍ଧରେ ବୁହା ହେଉଛନ୍ତି ମହିଳା ରୋଗୀ । ବୁଲଡ଼ ପଙ୍କା ଗ୍ରାମର ଜୟନ୍ତୀ ମଳିକଙ୍କ ପ୍ରସବ ବେଦନା ହେବାରୁ ସ୍ୱାମୀ ଦେବ ମଳିକ 102 ଆମ୍ବୁଲାନ୍ସ କୁ ଫୋନ କରିଥିଲେ । ହେଲେ ଗାଁ କୁ ରାସ୍ତା ନଥିବା ରୁ ଖଜୁରୀପଦା ଗାଁ ରେ 102 ଆମ୍ବୁଲାନ୍ସ ଅଟକି ଯାଇଥିଲା । ତେବେ ଗାଁ ଲୋକ ଏବଂ ପରିବାର ଲୋକଙ୍କ ସହାୟତାରେ ଏକ ଭାର କରି ଜୟନ୍ତୀ କୁ କାନ୍ଧରେ ବସାଇ ଲୋକେ ପାଖାପାଖି 2 କିଲୋ ମିଟର ରାସ୍ତା 102 ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ବର୍ତ୍ତମାନ ଜୟନ୍ତୀ ମଳିକ ଏବେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି ହୋଇଛନ୍ତି ।
ଗାଁ କୁ ରାସ୍ତା ନଥିବାରୁ ପୁଣି ବୁହା ହେଲେ ମହିଳା !!!

