ଡାକ୍ତର ପଦବୀ ପୂରଣ ପାଇଁ ତାଳଚେର ବିଜେପି ପୌର ମଣ୍ଡଳ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ !!

0
244

24 total views , 1 views today

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ତାଳଚେର ଉପଖଣ୍ଡ ଡାକ୍ତରଖାନା ରେ ଡାକ୍ତର ଅଭାବ ସମସ୍ୟା ସମାଧାନ ନିମିତ୍ତ ବିଜେପି ତାଳଚେର ପୌର ମଣ୍ଡଳ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କୁ ଉପ ଜିଲ୍ଲାପାଳ ତାଳଚେର ଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଗଲା , କାଶ ଥାଉକି ତାଳଚେର ଏକ ଶିଳ୍ପ ସମୃଦ୍ଧ ଖଣି ଖାଦାନ ଅଞ୍ଚଳ, ଏହି ଅଞ୍ଚଳରୁ କୋଟି କୋଟି ଟଙ୍କା ରାଜସ୍ବ ଆକାରରେ ସରକାର ନେଉଥିଲା ବେଳେ ତାଳଚେର ବାସି ସାମାନ୍ୟ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେବା ସହ ନାନାଦି ହଇରାଣ ହେଉଛନ୍ତି, ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ୧୭ ଜଣ ଡାକ୍ତର ରହିବା ସ୍ଥଳେ ମାତ୍ର ଚାରି ଜଣ ଡାକ୍ତର ଅଛନ୍ତି ,ଏହି ଡାକ୍ତର ମାନଙ୍କ ମଧ୍ୟରୁ ତିନିଜଣ ସ୍ତ୍ରୀ ଓ ପ୍ରସୂତି ବିଭାଗ ର ଡାକ୍ତର ଅଛନ୍ତି, ଅନ୍ୟ ବିଭାଗ ଯଥା ଭେଷଜ ,ଶିଶୁ ,ଶଲ୍ୟ , ଚକ୍ଷୁ, ଦନ୍ତ ବିଭାଗ ସହ ଅନ୍ୟାନ୍ୟ ବିଭାଗ ର ଡାକ୍ତର ବହୁଦିନ ଧରି ନାହାଁନ୍ତି, ଏହି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ରେ ଡାକ୍ତର ନଥିବା ହେତୁ ତାଳଚେର ସମେତ ଏହି ଡାକ୍ତରଖାନା ଉପରେ ନିର୍ଭର କରୁଥିବା ଅନ୍ୟାନ୍ୟ ଅଞ୍ଚଳ ର ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି . ଏଠାକୁ ସାଧାରଣ ରୋଗୀ ଟିଏ ଆସିଲେ ମଧ୍ୟ କାେଣସି ଚିକିତ୍ସା ନ କରି ଜିଲ୍ଲା ଡାକ୍ତରଖାନା କୁ ପଠାଇ ଦିଆଯାଏ, ଏଥି ପାଇଁ ସାଧାରଣ ଲୋକ ଅର୍ଥ ଶ୍ରାଦ୍ଧ ସହ ବହୁ ମୂଲ୍ୟବାନ ଜୀବନ ଅକାଳ ରେ ଲିଭି ଯାଉଛି,ଏହି ଭଳି ଅବ୍ୟବସ୍ଥା ରେ ତାଳଚେର ଉପଖଣ୍ଡ ଚିକିତ୍ସାଳୟ ଚାଲୁଅଛି ଏଣୁ ଏହି ସମସ୍ୟା କୁ ତୁରନ୍ତ ସମାଧାନ କରି ରାଜ୍ୟ ସରକାର ତୁରନ୍ତ ସମସ୍ତ ବିଭାଗ ର ଡାକ୍ତର ନିଯୁକ୍ତି ପାଇଁ ଦାବି ବିଜେପି ତାଳଚେର ପୌର ମଣ୍ଡଳ ତରଫରୁ କରାଯିବା ସହ,ଏହି ସମସ୍ୟା ସମାଧାନ କରିବା ରେ ଅବହେଳା ପ୍ରଦର୍ଶନ କଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି, ଦାବୀପତ୍ର ପ୍ରଦାନ ସମୟରେ ଯଯାତି ପଟ୍ଟନାୟକ , ଜିଲ୍ଲା ଉପସଭାପତି ବିଜେପି ପ୍ରକାଶ ମହାରଣା, ଜିଲ୍ଲା ସାଧାରଣ ସମ୍ପାଦକ ବିଜେପି, ବରିଷ୍ଠ ନେତା ଜୟନ୍ତ ଭୂତିଆ, ପ୍ରଶାନ୍ତ ଦାସ, ପୂର୍ବତନ ଉପ ନଗର ପାଳ ଶ୍ରୀମତୀ ସୁଫଳା ପୃଷ୍ଟି ,ପୂର୍ବତନ କାଉନସିଲର ଜିତେନ୍ଦ୍ର କୁମାର ଦାସ, ଶଙ୍କର ବେହେରା, ଆଇନଜୀବୀ ଅଖିଳ ସାମଲ, ଶିବ ନାୟକ , ତ୍ରିନାଥ ବେହେରା, ଭାରତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ .

LEAVE A REPLY

Please enter your comment!
Please enter your name here