ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆଜି ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ, ଉପାଧ୍ୟକ୍ଷା ପ୍ରାଚୀପ୍ରଭା ସ୍ୱାଇଁଙ୍କ ସମେତ ସମସ୍ତ କାଉନସିଲର ଓ କିଛି ଶିକ୍ଷା ଅନୁଷ୍ଠାନର ଛାତ୍ର ଛାତ୍ରୀ ମିଳିମିଶି ଏକ ପଦଯାତ୍ରା ଆରମ୍ଭ କରି ଗୋଦାବରୀଶ ମହାବିଦ୍ୟାଳୟ ପର୍ଯ୍ୟନ୍ତ ପରିକ୍ରମା କରିଥିଲେ । ସେଠାରେ ନୂତନ ଗାନ୍ଧୀ ମୂର୍ତ୍ତି ଉନ୍ମୋଚନ କରି ପୁଷ୍ପମାଲ୍ୟ ଦେବା ସହ ଏକ ସଭା କରିଥିଲେ । ସେହିପରି ଅନୁରୂପ ଭାବେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଓ ଚିଲିକା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଧର୍ମପତ୍ନୀ ସ୍ଵାଗତିକା ଜଗଦେବ ବାଲୁଗାଁ ଗାନ୍ଧୀ ଛକ ଠାରେ ଥିବା ଗାନ୍ଧୀମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇ ନିଜର ସଂଗଠନ ର ସଦସ୍ୟ ମାନଙ୍କୁ ନେଇ ଏକ ପଦଯାତ୍ରା କରିଥିଲେ l ବାଲୁଗାଁ ର ମାଆ ମା ଉତ୍ତରାଣୀ ମନ୍ଦିର ଠାରୁ ବାହାରି ଉମାମହେଶ୍ୱର ମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । ଆଜିର ଦିନରେ ବାପୁଜୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଧୁମ ଧାମରେ ପାଳିତ ହେଉଛି କାର୍ଯ୍ୟକ୍ରମ l ଏହି ଉତ୍ସବ ସାରା ଭାରତ ରେ ପାଳିତ ହେଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ଚିଲିକା ନିର୍ବାଚନ ମଣ୍ଡଳୀ ରେ ଗାନ୍ଧୀ ଜୟନ୍ତୀ ପାଳିତ ହେଉଥିବାର ଦେଖିବାକୁ ମିଳିଥିଲା l