ଗାନ୍ଧୀ ଜୟନ୍ତୀରେ ନୟାଗଡରେ ଜନ ସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ଏବଂ ନୟାଗଡ଼ ର ବିଧାୟକ ଡ଼ଃ. ଅରୁଣ କୁମାର ସାହୁଙ୍କ ଉଦ୍ୟମରେ ଗାନ୍ଧୀ ଜୟନ୍ତୀ ରୁ ନୟାଗଡରେ ଜନ ସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ । ଏହି ଅବସରରେ ନୟାଗଡ଼ ବ୍ଳକ ଅଧ୍ୟକ୍ଷ ତଥା ଯୁବନେତା କିଶୋର ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଆଜି ଭାଟସାହି ପଞ୍ଚାୟତରେ ପଦଯାତ୍ରାର ଶୁଭାରମ୍ଭ କରାଯାଇଛି । ପଥପ୍ରାନ୍ତ ସଭା ଜରିଆରେ ବିଜେଡ଼ି ସରକାରର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହିତ ବିଜୁ ଜନତା ଦଳ ସର୍ବଦା ଲୋକଙ୍କ ସହ ରହିଥିବା ବେଳେ ସବୁବେଳେ ରାଜ୍ୟ ବାସୀଙ୍କ ମଙ୍ଗଳ ପାଇଁ କାମ କରି ଆସିଛି ବୋଲି ବାର୍ତ୍ତା ପ୍ରଦାନ କରାଯାଇଛି । ସେହିପରି ରାଜ୍ୟ ସରକାର ୨୦ ବର୍ଷ ମଧ୍ୟରେ କରିଥିବା ବିଭିନ୍ନ ଜନକଲ୍ୟାଣ ମୂଳକ କାର୍ଯ୍ୟକ୍ରମର ସଫଳତା ବଖାଣିଥିଲେ ଦଳୀୟ ନେତା , ସାଧାରଣ ଲୋକମାନଙ୍କ ପାଇଁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବହୁ ଯୋଜନା ପ୍ରଣୟନ କରି ତାର ସଫଳତାକୁ ପାଥେୟ କରି ଜନସାଧାରଣଙ୍କର ନିକଟତର ହୋଇ ପାରିଥିବା ବିଜେଡି ଦଳ ଆଗାମୀ ଦିନରେ ଓଡ଼ିଶାର ଏକମାତ୍ର ସଂଖ୍ୟା ଗରିଷ୍ଠ ଦଳଭାବେ ଉଭା ହେବ ବୋଲି ଏହି ପଦଯାତ୍ରାରୁ ସ୍ପଷ୍ଟ ବାରି ହୋଇପଡୁଛି । ଏହି ପଦଯାତ୍ରାରେ ଉପାଧ୍ୟକ୍ଷା ଲଷ୍ମୀପ୍ରିୟା ସାହୁ, ୧୨ ନମ୍ବର ଜୋନ ଜିଲ୍ଲା ପରିଷଦ ସୁବାଷ କଁହର , ୧୩ ନମ୍ବର ଜିଲ୍ଲା ପରିଷଦ କ୍ଷୀରୋଦ ମହାପାତ୍ର , ୧୪ ନମ୍ବର ଜିଲ୍ଲା ପରିଷଦ ଆଶିଷ ଅଗ୍ରୱାଲ , ୧୫ନମ୍ବର ଜୋନ ର ସରୋଜ ରଣସିଂହଙ୍କ ସମେତ ନୟାଗଡ଼ର ଆଗଧାଡ଼ିର ନେତୃବୃନ୍ଦ ଏବଂ ସମସ୍ତ ୨୯ ଗୋଟି ପଞ୍ଚାୟତର ସରପଞ୍ଚ, ହଜାର ହଜାର ଦଳୀୟ କର୍ମୀ , ଶୁଭେଛୁ ଯୋଗ ଦେଇଥିଲେ ।

 

Leave a Reply

Your email address will not be published. Required fields are marked *