ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ତଥା ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୩ ତମ ଜୟନ୍ତୀ ଏବଂ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଜୀ ଙ୍କ ୧୧୮ ତମ ଜୟନ୍ତୀ ଅବସରରେ ତଥା ଦେଶରେ ପାଳିତ ହେଉଥିବା ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ଏକ ପରିବେଶ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଛି । ୪୨ ମୌଜାର ଝିଙ୍କିରିଆ ଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ରାସ୍ତାକୁ ମାଡି ଆସିଥିବା ଅନାବନା ବୃକ୍ଷ ଗୁଡ଼ିକ କଟାଯିବା ସହିତ ରାସ୍ତା ପାର୍ଶ୍ବରେ ପଡ଼ି ରହିଥିବା ପଲିଥିନ, ପ୍ଲାଷ୍ଟିକ ଇତ୍ୟାଦି ବର୍ଜ୍ୟବସ୍ତୁ ସଫେଇ କରାଯାଇଥିଲା । ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡା ଙ୍କ ଉଦ୍ୟମରେ ବ୍ରହ୍ମପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ରବି ନାରାୟଣ ପ୍ରଧାନ, ସାମାଜିକ ନ୍ୟାୟ କର୍ମୀ ବସନ୍ତ କୁମାର ପଣ୍ଡା, ନିଲୁ ମଲ୍ଲିକ, ଜିତନ ନାୟକ ଓ ନିଲ ଭୋଇ ପ୍ରଭୃତି ଅନେକ ଯୁବକ କାର୍ଯ୍ୟକ୍ରମରେ ସାମିଲ ହୋଇ ସଫେଇ କରିବା ସହ ପରିବେଶ ସ୍ୱଚ୍ଛତା ବିଷୟରେ ଜନସାଧାରଣଙ୍କୁ ସଚେତନ କରିଥିଲେ ।

Leave a Reply

Your email address will not be published. Required fields are marked *