ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ବାଲୁଗାଁ ତରଫରୁ ୬୮ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜଙ୍ଗଲ ପରିବେଶ ଓ ଜଳବାୟୁ ନିୟନ୍ତ୍ରଣ ବିଭାଗ ର ୬୮ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ହେଉଛି ! ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଚିଲିକା କୁଳକୁ ଲାଗି ରହିଥିବା ବନ୍ୟପ୍ରାଣୀ ଉପଖଣ୍ଡ ତରଫରୁ ଏହା ପାଳିତ ହୋଇଛି l ଏଥିରେ ମୁଖ୍ୟ ଅତିଥି ରୂପେ ବାଲୁଗାଁ କଲେଜ ର ପ୍ରଫେସର ଡ଼.କୈଳାଶ ଚନ୍ଦ୍ର ମହାରଣା , ଡ଼.ଲକ୍ଷ୍ମୀଧର ସୁବୁଦ୍ଧି ଓ ଡ଼.ଅକ୍ଷୟ କୁମାର ମିଶ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଜଗନ୍ନାଥ ଙ୍କ ଫଟୋ ରେ ଫୁଲ ମାଳ ପ୍ରଦାନ ସହିତ ପ୍ରାର୍ଥନା କରିଥିଲେ ! ପରେ ଚିଲିକା ରାଣୀ ଇଂରାଜୀ ବିଦ୍ୟାଳୟ ର ଛାତ୍ରୀ ମାନେ ବନ୍ଦେ ଉତ୍କଳ ଜନନୀ ଗୀତ ପରିବେଷଣ କରିଥିଲେ ! କାର୍ଯ୍ୟକ୍ରମ ଅବସରରେ ଅଭିଭାଷଣ ଦେଇଥିଲେ ଟାଙ୍ଗୀ ଏଫ.ଆର.ଓ ଚୁଡ଼ରାଣୀ ମୁର୍ମୁ ଏବଂ ମଞ୍ଚ ପରିଚାଳନା କରିଥିଲେ ଏ.ସି.ଏଫ ପ୍ରଶାନ୍ତ କୁମାର ପଣ୍ଡା ଚିଲିକା ୱାଇଲଡ ଡିଭିଜନ l ବାଲୁଗାଁ ର ବିଭିନ୍ନ ସ୍କୁଲ କଲେଜ ପିଲାମାନେ ଆସି ଆର୍ଟ ଓ ଡିବେଟ ପ୍ରତିଯୋଗିତା ରେ ଭାଗ ନେଇଥିଲେ ଏବଂ ପରିବେଶ ବନ୍ୟପ୍ରାଣୀ ର ସୁରକ୍ଷା କିଭଳି କଡାକଡି କରାଯାଇ ପାରିବ ସେ ବିଷୟରେ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇଥିଲା l

Leave a Reply

Your email address will not be published. Required fields are marked *