କଠିନ ପରିଶ୍ରମ ଆଣିଦେଲା ସଫଳତା : ବାଣପୁର ଅଲାଇଡିହ ଗ୍ରାମର ଦୃଷ୍ଟିବାଧିତ ପ୍ରସନ୍ନ କୁମାର ପଣ୍ଡା ପାଇଲେ ଓସିଏସ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବ୍ଲକ ନନ୍ଦପୁର ପଞ୍ଚାୟତ ଅଲାଇଡିହ ଗ୍ରାମର ଯୁବକ ପ୍ରସନ ଜନ୍ମ ରୁ ଅନ୍ଧ । ତଥାପି ସଫଳତା ପରେ ସଫଳତା । ପ୍ରକାଶିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା – ୨୦୨୦ (ଓସିଏସ୍) ରେ ୨୬୨ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିବେ । ଏହି ସଫଳତା ହାସଲ କରିବାରେ ନିଜର ପରିବାରବର୍ଗ ବିଶେଷ କରି ନିଜର ପତ୍ନୀଙ୍କ ପ୍ରଚେଷ୍ଟା ଓ ସହଯୋଗ ଯୋଗୁଁ ହିଁ ସବୁ ସମ୍ଭବ ହୋଇଛି ବୋଲି ପ୍ରକାଶ କରିଛନ୍ତି ! ଧୈର୍ଯ୍ୟ ନ ହରାଇ ଦ୍ୱିତୀୟ ଥର ପରୀକ୍ଷା ଦେଇ ସଫଳତା ହାସଲ କରିଛନ୍ତି ପ୍ରସନ୍ନ କୁମାର ପଣ୍ଡା । ଅନ୍ଧ ପୁଅର ଏଭଳି ସଫଳତା ତାଙ୍କୁ ବହୁତ ଉତ୍ସାହିତ କରିଛି ବୋଲି ପ୍ରସନ୍ନଙ୍କର ବାପା, ମା’ କହିଛନ୍ତି । ପୁଅ ଜନ୍ମରୁ ଅନ୍ଧ ହୋଇଥିଲେ ମଧ୍ୟ ବାପା-ମା’ କେବେବି କଷ୍ଟ ଅନୁଭବ କରିନଥିଲେ । ଆଶା କରିଥିଲେ ପୁଅ ନିଶ୍ଚିତ ଦିନେ ନା ଦିନେ ବଡ ଅଫିସର ହେବ , ତାହା ଆଜି ପୂରଣ ହୋଇଛି l ପ୍ରସନ୍ନ ଙ୍କର ଏହି ସଫଳତା ପରେ ବାଣପୁର ସାମ୍ବାଦିକ ମାନଙ୍କ ତରଫରୁ ଫୁଲ ତୋଡ଼ା ଦେଇ ସ୍ୱାଗତ କରିଥିଲେ l

Leave a Reply

Your email address will not be published. Required fields are marked *