ବାଙ୍କୀ ( ଆୱାଜ ମିଡିଆ ) – ପ୍ରଶାନ୍ତ କୁମାର କର : ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ ! ତୃତୀୟ ସନ୍ଧ୍ୟାରେ ସରଗରମ ହେଲା ବାଙ୍କୀ ମହୋତ୍ସବ ୨୦୨୨ ର ମଞ୍ଚ । ବାଙ୍କୀ କଚେରୀ ପଡିଆ ଠାରେ ବାଙ୍କୀ ମହୋତ୍ସବ ତୃତୀୟ ସଂଧ୍ୟାର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ନିମନ୍ତ୍ରିତ ଅତିଥି ମାନେ ପ୍ରଦୀପ ପ୍ରଜ୍ଜଳନ କରିବା ପରେ ଆନୁଷ୍ଠାନିକ ଭାବେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତଥା ସମବାୟ ମନ୍ତ୍ରୀ ଅତନୁ ସବ୍ଯସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ବିଶିଷ୍ଟ କବି ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ ମୁଖ୍ୟ ବକ୍ତା, ପୂର୍ବତନ ମନ୍ତ୍ରୀ ତଥା ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ , ମୁଖ୍ୟ ଜିଲ୍ଲା ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ କଟକ ଜିଲ୍ଲା ପରିଷଦ ଅମ୍ବର କର ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ଯୁବ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ , ୩୮ ନମ୍ବର ଜୋନର ଜିଲ୍ଲା ପରିଷଦ ଆଶିଷ କୁମାର ସାହୁ, ମହୋତ୍ସବ କମିଟି ସାଧାରଣ ସଂପାଦକ ଡଃ ଗଣେଶ୍ବର ସ୍ବାଇଁ, ଉପ-ସଭାପତି ଅନନ୍ତ ଚରଣ ଦାସ , ସନାତନ ସାହୁ, ସୌମେନ୍ଦ୍ର ମିଶ୍ର ଏବଂ ବାଙ୍କୀ ଡମପଡା ବ୍ଲକ ବିଡିଓ ଶ୍ଯାମଳ ରାୟ ପ୍ରମୂଖ ଯୋଗଦାନ କରିଥିଲେ। ବାଙ୍କୀ ମହୋତ୍ସବ କମିଟିର ପ୍ରତିଷ୍ଠାତା ସଭାପତି ତଥା ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ସଭାପତିତ୍ବ କରିଥିବା ବେଳେ ସୌମେନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସଭା କାର୍ଯ୍ୟ ଶେଷ ହେବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମେଲୋଡି କାର୍ଯ୍ୟକ୍ରମ ହୋଇଥିଲା । ବାଙ୍କୀ ମହୋତ୍ସବ ମଞ୍ଚରେ ଓଡିଶାର ଟ୍ରେଂଡିଙ୍ଗ ସିଙ୍ଗର ହ୍ୟୁମାନ ସାଗର ଉପସ୍ଥିତ ରହି ଦର୍ଶକ ମାନଙ୍କ ମନୋରଞ୍ଜନ କରିଥିଲେ !
ମହୋତ୍ସବ ମଞ୍ଚରେ ହ୍ୟୁମାନ ସାଗର : ତୃତୀୟ ସନ୍ଧ୍ୟାରେ ଝୁମିଲେ ଦର୍ଶକ !!!

