ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ଅଞ୍ଚଳର ଅଗ୍ରଣୀ ସାମ୍ବାଦିକ ସଂଘ ଚିଲିକା ପ୍ରେସ କ୍ଳବ ରେ ନୂତନ ସଭ୍ୟଙ୍କ ଯୋଗଦାନ ପର୍ବ ଅନୁଷ୍ଠିତ ହୋଇଯାଇଛି । ବାଣପୁର ନନ୍ଦପୁୁର ପଞ୍ଚାୟତ ମଙ୍ଗରାଜପୁର ଶ୍ରୀରାଜ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ହେଇଥିବା ଏହି କାର୍ଯ୍ୟକ୍ରମରେ ବାଣପୁର , ବାଲୁଗାଁ ଓ ଚିଲିକା ଅଞ୍ଚଳର ସାମ୍ବାଦିକ ମାନେ ଉପସ୍ଥିତ ରହିଥିଲେ ! ସ୍ଥାନୀୟ ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ଗଠିତ ହୋଇଥିବା ମହାସଙ୍ଘ ଚିଲିକା ପ୍ରେସ କ୍ଳବର ନୂତନ ସଭ୍ୟ ଯୋଗଦାନ କାର୍ଯ୍ୟକ୍ରମରେ ପ୍ରାୟ ପଚାଶ ରୁ ଅଧିକ ସାମ୍ବାଦିକ ଉପସ୍ଥିତ ଥିଲେ l

ଏଥିରେ ବରିଷ୍ଠ ସାମ୍ବାଦିକ ନୃସିଂହ ପ୍ରସାଦ ମିଶ୍ର, ଅନନ୍ତ ଚରଣ ବାରିକ ଓ ଶିବ ପ୍ରସାଦ ପଣ୍ଡାଙ୍କ ସହଯୋଗରେ ଆୟୋଜିତ ସଭାରେ ଚିଲିକା ପ୍ରେସ କ୍ଳବର ସଭାପତି ପ୍ରକାଶ ପ୍ରଧାନ ସଭାପତିତ୍ବ କରିଥିଲେ ! ବୈଠକରେ ଅଞ୍ଚଳର ଥିବା ସମସ୍ତ ସମସ୍ୟା ଓ ଅଂଚଳର ବିକାଶ କିପରି ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆୟୋଜିତ ସଭାରେ ସାମ୍ବାଦିକ ସଂଗ୍ରାମ କେଶରୀ ପାଇକେରା, ରଂଜନ ସାମନ୍ତରା, ଅଶୋକ ନାୟକ, ଅଶୋକ ଜେନା, ମନୋଜ କୁମାର ନାଇଡୁ , ଜଲୁ ମହାନ୍ତି, ସୁସିଲ କୁୁମାର, ଶଙ୍କର ବସ୍ତି, ସୁଜ୍ଞାନ୍ତ କୁମାର ତ୍ରୀପାଠୀ , ଦେବରାଜ ସାହୁ , ରଙ୍କନାଥ ସେଠୀ, ଶିବ ପ୍ରସାଦ ପଣ୍ଡା , ବିରେନ କୁମାର ସାହୁ, ରଂଜିତ ସୁବୁଦ୍ଧି , ରୈସନ ଖାଁନ, ସଂଜୟ ପ୍ରଧାନ ,ରାକେଶ ସାହୁ, ଗୋବିନ୍ଦ ଜାଲି, ବିରଞ୍ଚି ନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ନୂତନ ଭାବରେ ସଂଘରେ ଯୋଗ ଦେଇଥିବା ସାମ୍ବାଦିକ ମାନଙ୍କୁ ପୁଷ୍ପଦେଇ ସ୍ଵାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ସଭା ଶେଷରେ ଶିବ ପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l

