ଓସିଏସ୍ ପରୀକ୍ଷାରେ କୃତିତ୍ୱ ଅର୍ଜନ କଲେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାର୍ଯ୍ୟରତ ଡକ୍ଟର ପାୟଲ ଗୁପ୍ତା !!!

0
161

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡେଣ୍ଟାଲ ଡକ୍ଟରଙ୍କ ସଫଳତା । ଓସିଏସ୍ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଛନ୍ତି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ କାର୍ଯ୍ୟରତ ଡକ୍ଟର ପାୟଲ ଗୁପ୍ତା । ଷ୍ଟେଥୋ ହାତରେ ସମ୍ଭାଳିବେ ପ୍ରଶାସନିକ ଦାୟୀତ୍ୱ । ସୂଚନାନୁସାରେ, ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ଙ୍କ ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ (ଓସିଏସ) ପରୀକ୍ଷାରେ କୃତକାର୍ଯ୍ୟ ହୋଇ ୯୬ ରାଙ୍କ ରେ ସ୍ଥାନ ପକ୍କା କରିଛନ୍ତି ଡେଣ୍ଟାଲ ଡକ୍ଟର ପାୟଲ ଗୁପ୍ତା । ଡକ୍ଟର ଗୁପ୍ତା ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କ ସେବା କରିବା ପାଠ ପଢା ପ୍ରତି ମନ ନିବେଶ କରିଥିଲେ । ଦିନ ରାତି ରୋଗୀ ସେବା କରିବା ସହ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ । ରୋଗୀ ସେବା କରିବା ଓ ପରିବାର ଚଳାଇବା ମଧ୍ୟରେ କିଛି ସମୟ ବାହାର କରି ଓସିଏସ୍ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି । ଡକ୍ଟର ପାୟଲ ସ୍କୁଲ ପ୍ରାରମ୍ଭରୁ ଜଣେ ମେଧାବୀ ଛାତ୍ରୀ ରୂପେ ପରିଚିତ ଲାଭ କରିଥିବା ବେଳେ ଆଜି ଓସିଏସ୍ ପରୀକ୍ଷାରେ ୯୬ ତମ ସ୍ଥାନରେ ପହଞ୍ଚି ସ୍ଥାନ ପକ୍କା କରିଛନ୍ତି । ତାଙ୍କର ଏହି ସଫଳତା ବାପା, ମା, ସ୍ୱାମୀ ଓ ଶାଶୁ ଶ୍ୱଶୁର ଉତ୍ସାହିତ କରିବା ଯୋଗୁଁ ଓସିଏସ ପରୀକ୍ଷାର ପ୍ରଥମ ଥରରେ ସଫଳତା ହାସଲ କରିପାଛନ୍ତି ଡକ୍ଟର ପାୟଲ ଗୁପ୍ତା । ସକାଳ ପାଇଲେ ଯେଉଁ ହାତରେ ଷ୍ଟେଥୋ ଓ ଡେଣ୍ଟାଲ ଷ୍ଟିକ୍ ଧରି ରୋଗୀ ସେବା କରୁଥିଲେ, ସେହି ହାତରେ ପ୍ରଶାସନିକ ଅଧିକାରୀ ଭାବେ ରାଜ୍ୟର ସମସ୍ତ ଜନସାଧାରଣଙ୍କ ସେବା କରିବାରେ ସହାୟକ ହେବେ ବୋଲି ଡକ୍ଟର ପାୟଲ ଗୁପ୍ତା କହିଛନ୍ତି । ଡକ୍ଟର ଗୁପ୍ତାଙ୍କ ଓସିଏସ ପରୀକ୍ଷାରେ ସଫଳତା ହାସଲ କରିବା ପରେ ସାଥୀ ଡକ୍ଟର ଓ ସାଙ୍ଗସାଥୀ ଶୁଭେଚ୍ଛା ଜଣାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here