ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କୋର୍ଟ ଆଦେଶ ଅବମାନନା ଅଭିଯୋଗରେ ସୁକିନ୍ଦା ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଦେଖିବାକୁ ମିଳିଛି । ଗିରଫ ୱାରେଣ୍ଟି ସୁକିନ୍ଦା ଥାନା ଅନ୍ତର୍ଗତ ହାତୀବାରି ପଞ୍ଚାୟତ କରଡ଼ାପାଳ ଗ୍ରାମ 62 ବର୍ଷିୟ ଦୈତାରି ମଲିକ । ଗତ ୧୯୯୩ ମସିହାରେ ୯୮ / ୧୯୯୩ ରେ ଦୈତାରିଙ୍କ ନାମରେ ଏକ ଯୌତୁକ ଜନିତ ନିର୍ଯାତନା ଅଭିଯୋଗ ହୋଇଥିଲା । ସେହି ମାମଲାର ବିଚାର ପାଇଁ ଦୈତାରି କୋର୍ଟରେ ଉପସ୍ଥିତ ହୋଇନଥିବା କାରଣରୁ ତାଙ୍କ ନାମରେ ୱାରେଣ୍ଟ ବାହାରିଥିଲା । ସେହି ଆଧାରରେ ଆଜି ସୁକିନ୍ଦା ପୋଲିସ ଦୈତାରିକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ତଦନ୍ତକାରୀ ଅଫିସର କଳ୍ପନା ନାୟକ ପକ୍ଷରୁ ସୂଚନା ମିଳିଛି ।
କୋର୍ଟ ଆଦେଶ ଅବମାନନା ଅଭିଯୋଗରେ କରଡ଼ାପାଳ ଗ୍ରାମ ଦୈତାରି ମଲିକ କୋର୍ଟ ଚାଲାଣ !!!

