ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ମାଳିସାହି ଫାଣ୍ଡି ଅଞ୍ଚଳ ରେ ମାତିଛନ୍ତି ଲୁଟେରା, ପୋଲିସ କୁ ଖୋଲା ଚ୍ୟାଲେଞ୍ଜ କରି ଫାଣ୍ଡି ପଛ ପାଖ ସ୍କୁଲ ରୁ ସିସି କ୍ୟାମେରା ଚୋରି ! ନୟାଗଡ ସଦରଥାନା ଅନ୍ତର୍ଗତ ମାଳିସାହି ଫାଣ୍ଡି ଅଞ୍ଚଳ ରେ ଦିନକୁ ଦିନ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ ! ପୋଲିସ କୁ ଚଖମା ଦେଖାଇ କରୁଛନ୍ତି ଲୁଟ ! ଲୁଟେରା ଗ୍ୟାଙ୍ଗ ର ନଜର ରେ ଏବେ ମନ୍ଦିର ଏବଂ ସ୍କୁଲ ! ଫାଣ୍ଡି କର୍ମଚାରୀ ଙ୍କ ଗତିବିଧି କୁ ନଜର କରି ଲୁଟେରା ମାନେ କରୁଛନ୍ତି ଲୁଟ ! ଦଶ ଦିନ ମଧ୍ୟରେ ଦୁଇ ଦୁଇଟି ସ୍ଥାନ ରେ ହେଲାଣି ଚୋରି ! ଚୋରି ରୋକିବା ରେ ଫେଲ ମାଳିସାହି ଫାଣ୍ଡି ପୋଲିସ ! ମାଳିସାହି ଫାଣ୍ଡି ପୋଲିସ କୁ ଖୋଲା ଚ୍ୟାଲେଞ୍ଜ କରି ଫାଣ୍ଡି ପଛ ପାଖରୁ ସ୍କୁଲ ରୁ ଲୁଟ ହେଲା ସିସି କ୍ୟାମେରା ! ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ସଦରଥାନା ଅନ୍ତର୍ଗତ ମାଳିସାହି ଫାଣ୍ଡି ପଛ ପାଖ ଗତିକେଶ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ! ଅଭିଯୋଗ ମୁତାବକ ରାଜ୍ୟ ସରକାରଙ୍କ ଫାଇଭି ଟି ଅଧୀନ ଏହି ବିଦ୍ୟାଳୟ ର ରକ୍ଷଣାବେକ୍ଷଣା ତଥା ସୁରକ୍ଷା ପାଇଁ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ ସ୍ଥାନ ରେ ସିସି ଟିଭି କ୍ୟାମେରା ଲଗାଯାଇଛି ! ତେବେ ବିଦ୍ୟାଳୟ ର ସମୁଖ ପାଖ ବାରଣ୍ଡା ରେ ଲଗା ଯାଇଥିବା ସିସି କ୍ୟାମେରା କୁ ଗତ ଶୁକ୍ରବାର ସନ୍ଧ୍ୟାରେ କେହି ଚୋରି କରି ନେଇଯାଇଛି ! ଏନେଇ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିମଳ କୁମାର ପଟ୍ଟନାୟକ ମାଳିସାହି ଫାଣ୍ଡି ରେ ଏକ ଲିଖିତ ଅଭିଯୋଗ କରିଛନ୍ତି ! ସେହିପରି ଫାଣ୍ଡି ଠାରୁ ମାତ୍ର ଚାରି କିଲୋମିଟର ଦୂର ନୂଆ ରାଇପୁର ଗ୍ରାମ ରେ ବିଜେ ମା ପାଟଚଣ୍ଡୀ ମନ୍ଦିର ରୁ ରାତ୍ରି ରେ ହୁଣ୍ଡୀ ଭାଙ୍ଗି ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ ଏବଂ ମନ୍ଦିର ରେ ଥିବା ଏକ ଡକାଵାଜି ଯନ୍ତ୍ର, ପିତଳ ଘଣ୍ଟି ଏବଂ ଘଣ୍ଟ, ଘୋଡା, ମାଇକ୍ରୋଫୋନ ଆଦି ଲୁଟ ହୋଇଥିବା ନେଇ ନୂଆ ରାଇପୁର ସଭାପତି ପ୍ରସନ ବେହେରା ଙ୍କ ପକ୍ଷରୁ ସଦର ଥାନା ରେ ଅଭିଯୋଗ କରିଥିଲେ ! କେଶ ନଂ 160/2022 ରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଥିବା ବେଳେ ପୁଣି ବିଦ୍ୟାଳୟ ପରିସର ରୁ ସିସି ଟିଭି କ୍ୟାମେରା ଚୋରି ର ଅଭିଯୋଗ ଆଜ କୁ ସାତ ଦିନ ବିତି ଯାଇଥିଲେ ମଧ୍ୟ ତଦନ୍ତ ର ଆଳ ଦେଖାଉଥିବା ପୁଲିସ ବାବୁ ମାନଙ୍କ ହାତ ଖାଲି ପଡିଛି ! ଅନ୍ୟ ପଟେ ଲୁଟେରା ମାନେ ପୋଲିସ କୁ ଖୋଲା ଚ୍ୟଲେଞ୍ଜ କରି ଲୁଟ ପାଟ କରି ସଫଳ ହେଉଥିବା ବେଳେ ସାଧାରଣ ଜନତା ଏହା ଦେଖି ଭୟଭୀତ ! ଯେଉଁଠି ଫାଣ୍ଡି ପାଖରୁ ଚୋରି ହେଉଛି ପୋଲିସ ସୁରକ୍ଷା ଦେଇପାରୁନି କିମ୍ବା ଚୋର ଙ୍କ ଟେର ପାଉନି ! ସେଠି ସାଧାରଣ ଜନତା କିପରି ଭୟଭୀତ ହେଉଥିବେ ତାହା ସହଜେ ଅନୁମେୟ ! ସୂଚନା ଅନୁସାରେ କିଛି ଦିନ ତଳେ ଫାଣ୍ଡି ରେ ତାଲା ଝୁଲୁଥିବା ଘଟଣା ଯେତିକି ନିନ୍ଦନୀୟ ଥିଲା ଏବେ ଦଶ ଦିନ ଭିତରେ ଦୁଇ ଦୁଇ ଟି ଚୋରି ର ଟେର ପାଉନଥିବା ପୋଲିସ ବିଭାଗ ର ପରିବାପଣିଆ ଉପରେ ପ୍ରଶ୍ନ ସୃଷ୍ଟି ହେଉଛି ! ଫାଣ୍ଡି କର୍ମଚାରୀ ମାନଙ୍କ ଦାୟିତ୍ବହୀନ , ଆନ୍ତରିକତା, ବିଭିନ୍ନ ସମୟ ରେ ତାଲା ଝୁଲେଇବା ପ୍ରମୁଖ ଭୂମିକା ପାଇଁ ଅଞ୍ଚଳ ରେ ଲୁଟେରା ସକ୍ରିୟ ରହୁଛନ୍ତି ବୋଲି ଅଞ୍ଚଳ ବାସି କହିଛନ୍ତି ! ତେବେ ଦେଖିବାକୁ ବାକି ରହିଲା କେବେ ଅଭିଯୁକ୍ତ ମାନଙ୍କୁ ଧରିବାରେ ପୋଲିସ ସଫଳ ହେଉଛି! !
ମାଳିସାହି ଅଞ୍ଚଳ ରେ ମାତିଛନ୍ତି ଲୁଟେରା : ଫାଣ୍ଡି ପଛ ପାଖ ସ୍କୁଲ ରୁ ସିସି କ୍ୟାମେରା ଚୋରି !!!

