ବିଚିତ୍ର ଜୀବଜଗତ : ପେଟ ପାଇଁ ସବୁ ନାଟ !!!

0
300

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ନିଜ ପାଇଁ ହେଉ ବା ନିଜ ପରିବାର ପାଇଁ ହେଉ ପେଟ ପାଇଁ ତ ସବୁ ନାଟ, କିଏ କେମିତି ପାରୁଛି ବିଭିନ୍ନ ଉପାୟରେ ନିଜେ ବଞ୍ଚିବାକୁ ପ୍ରୟାସ ରଖିଥାନ୍ତି , ଦୁନିଆଟି ବଡ଼ ବିଚିତ୍ର ! ଜୀବଜଗତ ରେ ଆହାର ବିନା କେହି ବି ବଞ୍ଚିବା ଅସମ୍ଭବ ହୋଇଥାଏ l ଜଳ ରେ ରୁହନ୍ତୁ ବା ସ୍ଥଳ ରେ ରୁହନ୍ତୁ ସମସ୍ତ ଙ୍କ ପାଇଁ ଆହାର ନିତ୍ୟlନ୍ତ ଆବଶକ୍ୟ ହୋଇଥାଏ l ହଁ ଆଜ୍ଞା ଆମେ କହୁଛୁ ଏକ ଛୋଟ ପକ୍ଷୀର କଥା, ଯାହାର ନାମ ହେଉଛି ମାଛରଙ୍କା l ଏହି ମାଛ ରଙ୍କା ପକ୍ଷୀ ମାନେ ବିଭିନ୍ନ ପୋଖରୀ, ଗାଡ଼ିଆ ନଈ ନାଳ ରୁ ପ୍ରତିଦିନ ମାଛ ମାରି ନିଜେ ଖାଇବା ସହିତ ନିଜ ଛୁଆ ଙ୍କୁ ଦେଇଥାନ୍ତି l ଏଠି ଆପଣଙ୍କୁ ଦେଖାଉଛୁ ମାଛରଙ୍କା ପକ୍ଷୀର ଦୃଶ୍ୟ କୁ କିଭଳି ଭାବରେ ଗୋଟିଏ ପୋଖରୀ ରୁ ଏକ ଲୟରେ ଶିକାର ଲକ୍ଷ ରଖି କ୍ଷଣିକ ମାତ୍ର ପlଣି ଭିତରେ ପ୍ରବେଶ କରି ମାଛ କୁ କ୍ଷିପ୍ର ଗତିରେ ଥଣ୍ଟ ରେ ଧରିନିଏ ଓ ଉଡିଯାଇ ଗଛ ଏକ ଶୁଖିଲା ଡାଳ ରେ ବସେ, ତାପରେ ଡାଳରେ ନିଜ ଥଣ୍ଟ ରେ ଧରିଥବା ମାଛ କୁ ବlଡାଇ ବlଡାଇ ମାରେ ଓ ତାପରେ ଗିଳିଦିଏ l ପରେ ପରେ ସେଠାରୁ ଉଡି ଉଡି ଚାଲିଯାଏ l ଅନ୍ୟ ଆଉ ଏକ ଶିକାର ଉଦ୍ଦେଶ୍ୟରେ l ଛୋଟ ପକ୍ଷୀଟିକୁ ଦେଖିବା ସହଜ , ହେଲେ ବୁଝିଲେ ଜଟିଳ, ତା ଠାରୁ ବହୁତ୍ କିଛି ଶିଖିବାକୁ ମିଳେ । ଆଜିର ସର୍ଜିକାଲ ଷ୍ଟ୍ରାଇକ ତା ତୀକ୍ଷ୍ଣ ଲକ୍ଷ୍ୟ ପାଖରେ ହାରିଯିବ । ପକ୍ଷୀଟି ହାରି ବା କେବେବି ସ୍ୱପ୍ନରେ ସୁଦ୍ଧା ଭାବିନି , ଧୈର୍ଯ୍ୟର ସହ ସର୍ଜିକଲ ଷ୍ଟ୍ରାଇକ୍ କୁ ତୀକ୍ଷ୍ଣ କରି ଜିତିବା ଲକ୍ଷ୍ୟରେ ମାହିର । ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବନି । ଆଜି ବିଜ୍ଞାନ ଯେତେ ଆଗେଇଛି ସୃଷ୍ଟିରେ ତାହା ଆଗରୁ ଅଛି । ଦିବ୍ୟ ଦୃଷ୍ଟି ଥିବା ବିଜ୍ଞ ବ୍ୟକ୍ତି ମାନେ ଶାସ୍ତ୍ରରେ ମଧ୍ୟ ଏଗୁଡ଼ିକ ଲେଖି ଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here