ଧଳାପଥର ଗ୍ରାମରେ ଶ୍ରୀରାମ ଚରିତ ମାନସ ଅଖଣ୍ଡ ପାରାୟଣ ଉଦଯାପିତ !!!

Spread the love

ବୋଲଗଡ ( ଆୱାଜ ମିଡିଆ ) – ଗଙ୍ଗାଧର ସାହୁ : ଧଳାପଥର ଗ୍ରାମରେ ଶ୍ରୀରାମ ଚରିତ ମାନସ ଅଖଣ୍ଡ ପାରାୟଣ ଉଦଯାପିତ ହୋଇଯାଇଛି ! ବୋଲଗଡ ବ୍ଲକ ଅନ୍ତର୍ଗତ ଧଳାପଥର ଗ୍ରାମର ହନୁମାନ ମନ୍ଦିର ପ୍ରାଙ୍ଗଣରେ ୧୦ ଦିନ ଧରି ଚାଲିଥିବା ଶ୍ରୀରାମ ଚରିତ ମାନସ ଅଖଣ୍ଡ ପାରାୟଣ ଉଦଯାପିତ ହୋଇଯାଇଛି । ଏହି ଅବସରରେ ମନ୍ଦିରର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ମହାଆଡ଼ମ୍ବର ସହକାରେ ଆୟୋଜିତ ହୋଇଥିଲା । ରାମ, ଲକ୍ଷ୍ମଣ, ସୀତା, ହନୁମାନ ନଗର ପରିକ୍ରମା କରିବା ବେଳେ ଗ୍ରାମ ଅଧିବାସୀ ମାନେ ଘରଦ୍ବାର ଲିପାପୋଛା କରିବା ସହ ମୁରୁଜ ପକାଇ ପୂର୍ଣ୍ଣ କଳସୀ ସହ ଦିପଧୂପ ବସାଇ ଗ୍ରାମ ମଧ୍ୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ । ମାର୍ଗଦର୍ଶକ ପିଠାଧିଶ୍ବର ଗୋପାଳଜୀ ମଠ ଗୋବର୍ଦ୍ଧନ ପ୍ରସାଦଙ୍କ ତତ୍ତ୍ବାବଧାନରେ ପ୍ରଶାନ୍ତ ବାବା, ମହାବୀର ଆଶ୍ରମ ମାଣିବନ୍ଧର ବ୍ଯାସ ଚନ୍ଦ୍ରକାନ୍ତ ନନ୍ଦ, ଉପବ୍ଯାସ କୁଞ୍ଜବିହାରି ପଣ୍ଡା ,କର୍ତ୍ତା ଗଦାଧର ସାହୁ, ପ୍ରବଚକ ପଣ୍ଡିତ ବିଜୟ ରାଘବେନ୍ଦ୍ର, ପଣ୍ଡିତ ମାନସ ଲେଙ୍କା, ପଣ୍ଡିତ ସୂର୍ଯ୍ୟକାନ୍ତ ରଥ, ପଣ୍ଡିତ ଆଶୀର୍ବାଦ ଜୀ ମହାରାଜ ପ୍ରବଚନ ଦେବା ସହ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆଖପାଖ ଅଞ୍ଚଳର ବହୁ ରାମପ୍ରେମୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ରଜବନ୍ଧୁ ରାଉତ, ଗଦାଧର ସାହୁ, ପ୍ରମୋଦ କୁମାର ସାହୁ, ବିଜୟ କୁମାର ସୁବୁଦ୍ଧି, ରଘୁନାଥ ସାହୁ, ଭାଗିରଥି ରାଉତ ଓ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *