ଧାନ ଜମିକୁ ମିଳୁନାହିଁ ଜଳ : ଚିନ୍ତାରେ ଚାଷୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ରାମସାଗର ରେ ସ୍ୱିସ ଗେଟରୁ ଜଳ ବାହାରୁ ନଥିବାରୁ ଚାଷି ଧାନ ଫସଲକୁ ଜଳ ପାଇ ପାରୁନଥିବାରୁ ହତାଶ ହୋଇ ପଡିଛନ୍ତି । ଏହି ବିଷୟରେ ସହକାରୀ ଯନ୍ତ୍ରୀକୁ ଆମ ପ୍ରତିନିଧି ଯୋଗାଯୋଗ କରିବାରୁ ସ୍ୱିସ ଗେଟ ମଧ୍ୟରେ ପଥର ଅବରୋଧ ଥିବା ଯୋଗୁଁ ଜଳ ନିଷ୍କାସିତ ହୋଇ ପାରୁନାହିଁ ବୋଲି କହିଥିଲେ । ଜଳ ନିଷ୍କାସନ ସକାଶେ ପ୍ରୟାସ ଚାଲିଛି ବୋଲି କହିଥିଲେ । ପ୍ରକାଶ ଥାଉ କି 10 ଦିନ ହେବ ଜଳ ସ୍ୱିସ ଗେଟ ଦ୍ଵାରା ନିଷ୍କାସିତ ହୋଇ ନଥିବାରୁ ବଡ଼ ଧାନ କିସମର ଧାନକୁ ଠିକ ସମୟରେ ଜଳ ପାଇ ପାରିଲା ନାହିଁ ଯାହା ଫଳରେ ଧାନ ବାହାରି ପାରିଲା ନାହିଁ । ଫସଲ କ୍ଷତି ହେବାର ସମ୍ଭାବନା ରହିଛି । ଯଥା ଶୀଘ୍ର ଚାଷୀକୁ ଜଳ ଯୋଗାଇବା ସକାଶେ ଚାଷି ପକ୍ଷରୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *