ଚିଲିକା ବାଲୁଗାଁ ରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାର ଚିଲିକା ଏବଂ ବାଲୁଗାଁ ରେ ବୋଇତ ବନ୍ଦାଣ ବହୁ ପୁରାତନ ପ୍ରଥା ! କରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ଏହା ହୋଇ ପାରିନଥିଲା ! ତେବେ ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅନୁଷ୍ଠିତ ହୋଇଯାଇଛି ପ୍ରସ୍ତୁତି ବୈଠକ ! ପୂର୍ବରୁ ଦୁଇଦିନ ସଂସ୍କୃତିକ ପୋଗ୍ରାମ ହେଉଥିଲା କିନ୍ତୁ ଚଳିତ ବର୍ଷ ୨ ଦିନ ପରିବର୍ତ୍ତେ ଗୋଟିଏ ଦିନ ପାଇଁ ନିଷ୍ପତି ନିଆଯାଇଛି ! ପରଦିନ ଚନ୍ଦ୍ର ଗ୍ରହଣ ଥିବାରୁ ଏପରି ନିଷ୍ପତି ନିଆଯାଇଛି l ଏଥିରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷା ଶ୍ରୀମତୀ ସୁକାନ୍ତି ପାଇକରlୟ, ବାଲୁଗାଁ କଲେଜ ର ଅଧକ୍ଷ କୈଳାଶ ଚନ୍ଦ୍ର ମହାରଣା, ଶଙ୍କର ପାଇକରାୟ, ସମସ୍ତ ୱାର୍ଡ ସଭ୍ୟ, ବିଭିନ୍ନ ସରକାରୀ ଅଫିସର, ବ୍ୟବସାୟୀ ଗଣ , ଗଣମାଧ୍ୟମ ପ୍ରତିନିଧି ଓ ଅନ୍ୟମାନେ ଯୋଗ ଦେଇଥିଲେ ! ଆଲୋଚନା ଓ ପର୍ଯ୍ୟାଲୋଚନା ସହିତ କିଭଳି ଭାବରେ ବୋଇତ ବନ୍ଦାଣ ମହୋତ୍ସବ ଅତି ଆଡମ୍ବର ରେ ପାଳିତ ହେବ ଓ ସେଥିରେ କୌଣସି ତ୍ରୁଟି ନ ରହିବ ସେବିଷୟରେ ଧ୍ୟାନ ଦେବାକୁ ବା ଦୃଷ୍ଟି ଦେବାକୁ କମିଟି ମେମ୍ବର ମୁଖ୍ୟ ତଥା ବିଧାୟକ ପ୍ରତିନିଧି ପ୍ରକାଶ ପ୍ରଧାନ କହିଛନ୍ତି l

Leave a Reply

Your email address will not be published. Required fields are marked *