କାଉପଡା ଖମୋଳ ପଞ୍ଚାୟତରେ ବିଜେଡିର ଜନସମ୍ପର୍କ ପଦଯାତ୍ରା !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ପାଟକୁରା ବିଜୁ ଜନତା ଦଳ ପକ୍ଷରୁ ଡେରାବିଶ ବ୍ଳକ କାଉପଡା ଓ ଖୋମଳ ଗ୍ରାମପଞ୍ଚାୟତ ରେ ଜନସମ୍ପର୍କ ପଦଯାତ୍ରା ପାଟକୁରା ବିଧାୟିକାଙ୍କ ଦ୍ୱାରା କରାଯାଇଛି l ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଜନ କଲ୍ୟାଣ ଯୋଜନାକୁ ପ୍ରତ୍ୟକ ଲୋକଙ୍କ ପାଖରେ ପହଞ୍ଚାଇବା, ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନକୁ ସ୍ମରଣ କରିବା ସହିତ ନିରନ୍ତର ଭାବେ ସମର୍ପିତ ଓ ଉତ୍ସର୍ଗିକୃତ ସେବା ମନୋଭାବ ରଖି କାର୍ଯ୍ୟ ଜାରି ରଖିବା ପାଇଁ ଦଳ ପକ୍ଷରୁ ସଚେତନତା କରାଯାଇଛି l ଏହି କାର୍ଯ୍ୟକ୍ରମରେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ଅଗ୍ରୱାଲ , ବିଜେଡି ବ୍ଲକ ସଭାପତି ଦେବାଶିଷ ଆଚାର୍ଯ୍ୟ ଏବଂ ଡେରାବିଶ ବ୍ଲକର ସମସ୍ତ ବରିଷ୍ଠ ନେତୃତ୍ୱ, ଯୁବ ଛାତ୍ର ଏବଂ ଶତାଧିକ ମହିଳା ମାନେ ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *