ପବିତ୍ର ବଡ଼ଓଷା ଲାଗି ବାଲୁଗାଁ ଧୂଆଁଳ ଗ୍ରାମର ଶ୍ରୀ ଶ୍ରୀ ଧବଳେଶ୍ୱର ମହାଦେବଙ୍କ ପୀଠ ଚଳଚଞ୍ଚଳ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଧୂଆଁଳ ଗ୍ରାମରେ ଅବସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ୱର ମହାଦେବଙ୍କ ପୀଠରେ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମିବାରେ ଲାଗିଛି । କାର୍ତ୍ତିକ ମାସର ବଡ଼ଓଷା ପରିପ୍ରେକ୍ଷୀରେ ଅଞ୍ଚଳର ପ୍ରାୟ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସକାଳୁ ଆସି ଧାଡି ବାନ୍ଧି ଶାନ୍ତି ଶୃଙ୍ଖଳାର ସହିତ ପୂଜା କରିଛନ୍ତି । କରୋନା ସମୟରେ ପୂର୍ବ ତିନି ବର୍ଷ ଠାକୁରଙ୍କ ପାଖରେ ବଡ଼ଓଷା ପାଳନ ହୋଇ ପାରି ନଥିଲା ବେଳେ ଏହି ବର୍ଷ ଭକ୍ତ ମାନଙ୍କ ମଧ୍ୟରେ ବେଶ୍ ଆଗ୍ରହ ପ୍ରକାଶ ପାଇଛି । ଏହି ମନ୍ଦିର ବହୁ ପୁରାତନ ଓ କେଉଁ ଆବାହମାନ କାଳରୁ ମହାଦେବ ଙ୍କ ପୂଜା ଅର୍ଚ୍ଚନା, ଭୋଗରାଗ ସହିତ ସଠିକ୍ ନୀତିକାନ୍ତି ଦେଖିବାକୁ ମିଳେ l ବହୁଳ ପରିମାଣରେ ଜନସମାଗମ ପରିଲକ୍ଷିତ ହେଉଥିବାରୁ ଏଠାରେ ବିଭିନ୍ନ ପ୍ରକାର ର ପସରା ସହିତ ଉଠା ଦୋକାନୀ ମାନଙ୍କର ଭିଡ଼ ହୁଏ । ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ଙ୍କ ଭିଡ଼ ସହିତ ସଂକୀର୍ତ୍ତନ ମଣ୍ଡଳୀ ମାନଙ୍କର ଝାଞ୍ଜ ମୃଦଙ୍ଗ ଶବ୍ଦରେ ଗଗନ ପବନ ପ୍ରକମ୍ପିତ ହୋଇଥାଏ l ପଞ୍ଚୁକରେ ଏଠାରେ ବଡଓଷା ସହିତ ଯାତ୍ରା ମଧ୍ୟ ଦେଖିବାକୁ ମିଳିଥାଏ l ବାଲୁଗାଁ ପୋଲିସ୍ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା ।

Leave a Reply

Your email address will not be published. Required fields are marked *