ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ଡ୍ରାଇଭର ସଂଘ ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଡ୍ରାଇଭର ମହାସଂଘ ଜିଲ୍ଲା ସଭାପତି ଅବକାଶ କାଠୁଆଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ୧୦ ଦଫା ଦାବି ଉପସ୍ଥାପନ କରାଯାଇଛି । ସେମାନଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନ, ୫୫ ବର୍ଷ ପରେ ଭତ୍ତା ପ୍ରଦାନ, ଦୁର୍ଘଟଣାରେ ଶିକାର ହେଲେ ୨୦ ଲକ୍ଷ ବୀମା ପ୍ରଦାନ, ରାଜ୍ୟରେ ଏକ ଶହ କିଲୋମିଟର
ବ୍ୟବଧାନରେ ଗାଡି ପାର୍କିଙ୍ଗ ଓ ବିଶ୍ରାମ ସୁବିଧା, ଆବାସ ଗୃହ ନିର୍ମାଣ ପାଇଁ ୫ ଲକ୍ଷ ସହାୟତା, ଲାଇସେନସ ପାଇଁ ଅର୍ଥ ୧୫ ହଜାର ରୁ କମ କରିବା ଓ ସେପ୍ଟେମ୍ବର ୧ ତାରିଖକୁ ଡ୍ରାଇଭର ଦିବସ ଭାବେ ପାଳନ କରିବା ଭଳି ଦାବୀ ଉପସ୍ଥାପନ କରାଯାଇଛି । ସଂଘର କର୍ମକର୍ତ୍ତ ମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ଦାବି ଉପସ୍ଥାପନ କରିଛନ୍ତି ।

Leave a Reply

Your email address will not be published. Required fields are marked *