କନ୍ଧମାଳ ପ୍ରଶାସନ ପୁରା ଆଲର୍ଟ : ଦ୍ୱିତୀୟ ଦିନରେ କଡାକଡି ଯାଞ୍ଚ ସହ ଜୋରିମାନା ଆଦାୟ !!

0
184

କନ୍ଧମାଳ (ଆୱାଜ଼ ମିଡ଼ିଆ) – ସଞ୍ଜୟ କୁମାର ପାଣିଗ୍ରାହୀ : ସାରା ବିଶ୍ୱ କରୋନା ମହାମାରୀ କବଳରେ ରହିଥିବା ବେଳେ ଏହା ପୁଣିଥରେ ଆମ ଦେଶରେ ଘାତକ ହେବାରେ ଲାଗିଛି । କରୋନାର ଦ୍ୱିତୀୟ ଲହର ଆହୁରି ଅଧିକ ସଂକ୍ରାମକ ହୋଇଥିବାରୁ ପୂର୍ବାପେକ୍ଷା କଟକଣାକୁ କରାଯାଇଛି ଅଧିକ ଶକ୍ତ । ଏହାକୁ ଦୃଷ୍ଟିରେ ରଖି ସରକାର କରୋନା କଟକଣାକୁ କଡାକଡି ପାଳନ ନିମନ୍ତେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି କଟକଣା ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ମଧ୍ୟ ଏଥିରୁ ବାଦ ପଡିନି l ବାଲିଗୁଡ଼ା ଏନ୍‌ଏସିର ପାତ୍ର ସାହି ଓ ଟ୍ରେଜେରୀ କଲୋନୀରୁ ପଜିଟିଭ ଚିହ୍ନଟ ପରେ ସଂପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ପ୍ରଶାସନ । ଏଥି ସହିତ ରାତ୍ରୀ କାଳୀନ କର୍ଫ୍ୟୁର ଦ୍ୱିତୀୟ ଦିନରେ ମଧ୍ୟ ସହରରେ ମାସ୍କ ଚେକିଂ ଓ ସାମାଜିକ ଦୂରତାକୁ କଡ଼ାକଡ଼ି କରାଯାଇଥିବା ସହ ଅମାନିଆଙ୍କ ନିକଟରୁ ଜୋରିମାନା ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଶନିବାର ରାତିରୁ ସମଗ୍ର କନ୍ଧମାଳ ଜିଲ୍ଲାରେ ରାତ୍ରୀ କାଳୀନ କର୍ଫ୍ୟୁ ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇ ନାଇଟ କର୍ଫ୍ୟୁକୁ ସଫଳ କରିବାକୁ ରାତିସାରା ପୋଲିସ ଓ ପ୍ରଶାସନ ତରଫରୁ ପଇଁତରା ମାରି ଜନସାଧାରଣଙ୍କୁ ସଚେତନ କରାଯାଉଛି l

LEAVE A REPLY

Please enter your comment!
Please enter your name here