କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସିରାମ ଛତ୍ରୀଆ : ରାଜ୍ୟ ବିଜୁ ଛାତ୍ର ଜନତା ଦଳର ଉପସଭାନେତ୍ରୀ ଇଂ. ବୈଶାଖୀ ନନ୍ଦଙ୍କୁ ଅନୁମୋଦନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କଳାହାଣ୍ଡି ଜିଲ୍ଲା ସୁଦୂର ଲଡୁଗାଁର ମେଧାବୀ ଛାତ୍ରୀ ଇଂ. ବୈଶାଖୀ ନନ୍ଦ । ବୟସ ଖୁବ କମ ହେଲେବି ତାଙ୍କର ସେବା କାର୍ଯ୍ୟ ଅନେକଙ୍କ ପାଇଁ ପ୍ରେରଣା ଦାୟକ । ସେ କରୋନା ସମୟରେ ହେଉ ଅବା ଅନ୍ୟ ସମୟ ମାନଙ୍କରେ, ଅନବରତ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରି ଜିଲ୍ଲାରେ ଖୁବ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି । ତାଙ୍କର ନିଃସ୍ୱାର୍ଥପର ସେବା କାର୍ଯ୍ୟ ଯୋଗୁଁ ରାଜ୍ୟ BJD ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଂ. ବୈଶାଖୀ ନନ୍ଦଙ୍କୁ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ଉପ-ସଭାନେତ୍ରୀ ଭାବରେ ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ କଳାହାଣ୍ଡି ଜିଲ୍ଲାବାସୀ ଏବଂ ମହିଳା ବିଜୁ ଜନତା ଦଳ ପକ୍ଷରୁ ବହୁ ପ୍ରଶଂସା କରିବା ସହ କୃତଜ୍ଞତା ଜ୍ଞାପନ କରାଯାଇଛି ।