ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କାର୍ଯ୍ୟକ୍ରମ ପରେ ଆୟୋଜିତ ସ୍ଥଳକୁ ସଫା କଲେ ଯୁବ ସଂଗଠନର ସଦସ୍ୟ ! ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ କଲେଜ ପରିସରେ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ଆୟୋଜିତ ହୋଇଥିଲା । ଉତ୍ସବ ସରିବା ପରେ ଯୁବ ସଂଗଠନର ସଦସ୍ୟ ମାନେ ଅଳିଆ ଆବର୍ଜନା କୁ ସେଠାରୁ କlଢ଼ୁଥିବା ଦେଖିବାକୁ ମିଳିଥିଲା l ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ନଗର ପାଳିକା ସୁକାନ୍ତି ପାଇକରାୟଙ୍କ ପୁତ୍ର ସନ୍ତୋଷ ପାଇକରାୟ । ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ୨୦୨୨ ସମାପ୍ତ ପରେ ବି ନିଜର କର୍ତ୍ତବ୍ୟ ଭୁଲିନାହାନ୍ତି ସନ୍ତୋଷ । ହଜାର ହଜାର ଜନସାମାଗମ ରେ ବିଭିନ୍ନ ବର୍ଜ୍ୟ ବସ୍ତୁ ପଡିବା ଦ୍ୱାରା ବାଲୁଗାଁ କଲେଜ ପରିସରରେ ଅସୁନ୍ଦୁର ହୋଇ ପଡି ରହିଥିବା ଯୋଗୁଁ କାର୍ଯ୍ୟକ୍ରମ ସମାପ୍ତି ପରେ ଆୟୋଜିତ ସ୍ଥାନ କେମିତି ପରିଷ୍କାର ପରିଛନ ହେବ ତାହା ନିଜେ ଦାୟିତ୍ୱ ନେଇ ତାଙ୍କ ଅନୁଷ୍ଠାନର କିଛି ଯୁବକଙ୍କୁ ନେଇ ସଫେଇ କାର୍ଯ୍ୟ କରିଥିଲେ !
ବାଲୁଗାଁ କଲେଜ ପରିସରେ ଯୁବ ସଂଗଠନର ସ୍ୱଚ୍ଛତା କାର୍ଯ୍ୟକ୍ରମ !!!

