ଡମପଡା ସମ୍ବାଦ ସାହିତ୍ୟ ଘର ତରଫରୁ ନଭେମ୍ବର ୧୨ ରେ ଆୟୋଜିତ ହେବ ମେଗା ରକ୍ତଦାନ ଶିବିର !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍କକର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସମ୍ବାଦ ସାହିତ୍ୟ ଘର ଏବଂ ଆମ ଓଡିଶାର ମିଳିତ ସହଯୋଗରେ ପର୍ଯ୍ୟଟନ କ୍ଷେତ୍ର ଅଂଶୁପା ନିକଟସ୍ଥ ସୁବର୍ଣ୍ଣପୁର ସରକାରୀ ଚିକିତ୍ସାଳୟ ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆସନ୍ତା ନଭେମ୍ବର ୧୨ ତାରିଖ , ଶନିବାର ଦିନ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ମେଗା ରକ୍ତଦାନ ଶିବିରିକୁ ସଫଳ କରିବା ପାଇଁ ଏକ ପ୍ରସ୍ତୁତ ବୈଠକ ମଧ୍ୟ ହୋଇଯାଇଛି । ଜନକଲ୍ୟାଣ କାମରେ ଯୁବ ସମାଜକୁ ଆକୃଷ୍ଟ କରିବା ଏବଂ ରକ୍ତ ଅଭାବରୁ କାହାରିକି ମୃତ୍ୟୁ ମୁଖରେ ନପଡିବା ପାଇଁ ରକ୍ତଦାତା ମାନଙ୍କୁ ବହୁ ସଂଖ୍ୟାରେ ଯୋଗ ଦେବାକୁ ଅନୁଷ୍ଠାନର ସଭାପତି ପ୍ରକାଶ ଚନ୍ଦ୍ର ପ୍ରଧାନ ଏବଂ ସମ୍ପାଦକ କୁମାର ଅମୀୟ ଅନୁରୋଧ କରିଛନ୍ତି । ରକ୍ତଦାତା ମାନେ ଡମପଡାର ସମ୍ବାଦ ପ୍ରତିନିଧି ଶୁଭେନ୍ଦୁ କୁମାର ମହାନ୍ତିଙ୍କ ସହିତ ଯୋଗାଯୋଗ କରିପାରିବେ । ରକ୍ତଦାନ ଶିବିରର ସମସ୍ତ ପ୍ରକାର ପ୍ରଚାର ପ୍ରସାର ସହଯୋଗ କରିବାର ପ୍ରସ୍ତୁତି ବୈଠକରେ ଆବାହାକ ଅକ୍ଷୟ କୁମାର ସାମଲ, ମାନଗୋବିନ୍ଦ ଭଞ୍ଜ , ମନୋଜ ରାଉତ , ପ୍ରଦୀପ କୁମାର ଜେନା ପ୍ରମୂଖ ଯୋଗ ଦେଇଥିଲେ । ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟକ୍ରମ ସାହିତ୍ୟ ଆସର, ବୃ୍କ୍ଷରୋପଣ , ପ୍ରତିଭା ଅନ୍ନେଷଣ ସାଙ୍ଗକୁ ରକ୍ତଦାନ ଶିବିର ଆୟୋଜନ କରିବାରେ ସମ୍ବାଦ ସାହିତ୍ୟ ଘର ବାଙ୍କୀ ନିର୍ବାଚନ ମଣ୍ତଳୀରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ।

Leave a Reply

Your email address will not be published. Required fields are marked *