ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡରେ ଜିଲ୍ଲା ସ୍ତରୀୟ ଖରିଫ୍ ଧାନ କ୍ରୟ କମିଟିର ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ସ୍ତରୀୟ କ୍ରୟ କମିଟି ଅଧ୍ୟକ୍ଷ ରବିନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆର.ଏମ୍.ସି. ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ସ୍ଵାଗତ କରି ୨୦୨୧ – ୨୨ଖରିଫ୍ ଋତୁରେ ଧାନ କ୍ରୟର ସଂକ୍ଷିପ୍ତ ବିବରଣୀରେ କହିଥିଲେ ଯେ , ଗତ ବର୍ଷ ଏହି ଜିଲ୍ଲାରେ ୪୬,୦୬୨ ଚାଷୀ ଧାନ କ୍ରୟ ପାଇଁ ଜିଲ୍ଲାର ୧୫୩ ଟି ପ୍ୟାକ୍ସରେ ସେମାନଙ୍କ ଧାନ ବିକ୍ରୟ ନିମନ୍ତେ ପଞ୍ଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୪୧,୮୯୪ ଚାଷୀଙ୍କ ଠାରୁ ଧାନର ମାନ ଅନୁଯାୟୀ କ୍ୱିଣ୍ଟାଲ ପିଛା ଟ.୧୯୪୦/- ଏବଂ ଟ.୧୯୬୦/ – ଦରରେ ୧୪,୪୦,୨୨୨.୯୬ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଥିଲା । ଚଳିତ ଖରିଫ୍ ଋତୁ ୨୦୨୨ – ୨୩ରେ ସେହି ୧୫୩ ପ୍ୟାକ୍ସ ମାଧ୍ୟମରେ ୫୬୦୧୭ ଚାଷୀ ପଞ୍ଜୀକରଣ ବୈଧ ଥିବାରୁ ଧାନର ମାନ ଅନୁଯାୟୀ କ୍ୱିଣ୍ଟାଲ ପିଛା ଟ.୨୦୪୦/- ଏବଂ ଟ.୨୦୬୦/- ଦରରେ ସରକାରଙ୍କ ନିଷ୍ପତି ଅନୁଯାୟୀ କ୍ରୟ କରାଯିବ । ଚଳିତ ବର୍ଷ ନୟାଗଡ଼ ଜିଲ୍ଲାରେ ଧାନ କ୍ରୟ ତା. ୨୩. ୧୨. ୨୦୨୨ ରିଖ ଠାରୁ ଆରମ୍ଭ କରାଯାଇ ତା.୩୧.୦୩.୨୦୨୩ ରିଖରେ ଶେଷ ହେବ । ଏହି ବୈଠକରେ ଜିଲ୍ଲା ପରିଷଦର ସଭାପତି ଇଂ. ଦେବାଶିଷ ପଟ୍ଟନାୟକ, ଉପ ଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଜିଲ୍ଲା ଯୋଗାଣ ଅଧିକାରୀ ବ୍ରଜବନ୍ଧୁ ନାୟକ, ରଣପୁର ପଂଚାୟତ ସମିତି ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ସହକାରୀ ଯୋଗାଣ ଅଧିକାରୀ ଶୁଭରାଜ ସାମନ୍ତରାୟ , ଏ.ଆର.ସି.ଏସ. ହାଡ଼ିବନ୍ଧୁ ମହାକୁଡ଼, ବର୍ଷିୟାନ କୃଷକ ନେତା ଜଗନ୍ନାଥ ପଣ୍ଡା, ଜିଲ୍ଲା କୃଷି ଅଧ୍ୟାକାରୀ, ସଂପାଦକ ଆର.ଏମ.ସି., ନୟାଗଡ଼, ମିଲର ସଂଘର ସଭାପତି ଓ ଅନ୍ୟାନ୍ୟ ସଭ୍ୟ, ବିଭିନ୍ନ ବ୍ଳକର ଯୋଗାଣ ଅଧିକାରୀ, ସମସ୍ତ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ !
ଜିଲ୍ଲାସ୍ତରୀୟ ଖରିଫ୍ ଧାନ କ୍ରୟ କମିଟି ବୈଠକ !!!

