ବଡ ମେଡିକାଲ କାଜୁଆଲିଟିରୁ ଅସହାୟ ରୋଗୀ ନିଖୋଜ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ବଡ ମେଡିକାଲ କାଜୁଆଲିଟିରୁ ଅସହାୟ ରୋଗୀ ନିଖୋଜ ! ଗତ ଦୁଇ ତିନି ଦିନ ହେବ ଜଣେ ବ୍ୟକ୍ତି ଅସହାୟ ଅବସ୍ଥାରେ ପଡ଼ି ରହିଥିଲେ । ଏହକୁ ଦେଖି ଶଙ୍କରପୁର ଅଞ୍ଚଳର ଜଣେ ଯୁବ ବ୍ୟବସାୟୀ ଏଇତ ଜୀବନ ସାମାଜିକ ସଙ୍ଗଠନର ସଦସ୍ୟ ମାନଙ୍କୁ ଜଣାଇଥିଲେ । ଖବର ପାଇ ଏଇତ ଜୀବନ ପରିବାରର ପ୍ରିୟବ୍ରତ ପଟ୍ଟନାୟକ, ପ୍ରହଲ୍ଲାଦ ମହାରଣା, ଅଭିଜିତ ଦାସ, ଦେବ ପ୍ରସାଦ ବାରିକ, ଚନ୍ଦ୍ରଶେଖର ବିଶ୍ଵାଳ, ଶକ୍ତି ପ୍ରସାଦ ବେହେରା ଓ ଅମ୍ବିକା ପ୍ରସାଦ ବେହେରା ପହଞ୍ଚି ଅସହାୟ ବ୍ୟକ୍ତି ଟିକୁ ଦାଢ଼ି ଚୁଟି କାଟିବା ସହିତ ପ୍ରାଥମିକ ଚିକିତ୍ସା ଯୋଗାଇ, ଆମ୍ବୁଲାନ୍ସ ଯୋଗେ ବଡ ମେଡିକାଲ ପଠାଇଥିଲେ । ଆମ୍ବୁଲାନ୍ସରେ ରୋଗୀକୁ ପଠାଇବା ପରେ, ଦୁଇ ଜଣ ସାମାଜିକ କର୍ମୀ ପଛେ ପଛେ ମଧ୍ୟ ଯାଇଥିଲେ। ଆମ୍ବୁଲାନ୍ସ କର୍ମୀ ମାନେ ସେହି ଅସହାୟ ରୋଗୀକୁ ଆଣି ମେଡିକାଲରେ ଭର୍ତ୍ତି କରିଥଲେ । ମାତ୍ର ଦୁଃଖର ବିଷୟ ଏହିକି ଯେ, ମେଡିକାଲରେ ଭର୍ତ୍ତି କରିବାର କିଛି ସମୟ ପରେ, ସାମାଜିକ କର୍ମୀମାନେ ସେହି ଅସହାୟ ରୋଗୀକୁ ପାଇ ନଥିଲେ । ରୋଗୀ ମାନଙ୍କ ସେବା ପାଇଁ ନିଯୁକ୍ତ କର୍ମଚାରୀ ମାନଙ୍କୁ ପଚାରିବାରୁ, ସେମାନେ ଉତ୍ତର ଦେଲେ ଯେ – ରୋଗୀଟି ଶୌଚ କରିବାକୁ ଯାଇ ଆଉ ଫେରି ନାହାଁନ୍ତି !

ସବୁଠାରୁ ବଡ ପ୍ରଶ୍ନ ଯେ , ଅସହାୟ ରୋଗୀଟି ମେଡ଼ିକାଲ କାଜୁଆଲଟିରୁ ଗଲା କୁଆଡେ ? ଅସହାୟ ରୋଗୀ ମାନଙ୍କ ପାଇଁ ନିୟୋଜିତ କର୍ମଚାରୀ ମାନେ କରୁଥିଲେ କଣ ?? ଯେଉଁମାନେ ନିୟୋଜିତ ଥିଲେ ସେମାନେ ଉପସ୍ଥିତ ଥିଲେ କି ନାହିଁ ??? ମେଡିକାଲରେ ଆଡ଼ିମିସନ୍ ହେବା ପରେ କାହିଁକି ରେଜିଷ୍ଟରରେ ଏଣ୍ଟ୍ରି ହୋଇ ନଥିଲା ???? ନିରୀକ୍ଷଣ ଦାୟିତ୍ୱରେ ଥିବା କର୍ମଚାରୀ କଣ ନିରୀକ୍ଷଣ କରୁଥିଲେ ????? ଏହା ବଡ ମେଡିକାଲର ପ୍ରଥମ ଘଟଣା ନୁହେଁ ! ଏହା ପୁର୍ବରୁ ବହୁବାର ହୋଇଥିବାର ସାଧାରଣରେ ଚର୍ଚ୍ଚା ହେଉଥିଲା ବେଳେ, ପୁର୍ବରୁ ଏହିଭଳି ଏକ ଘଟଣା ପାଇଁ ଏଇତ ଜୀବନ ପରିବାର ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥଲେ । ଅସହାୟ ରୋଗୀ ମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ନିୟୋଜିତ କର୍ମଚାରୀ ମାନଙ୍କ ଦାୟିତ୍ବହିନତା ଓ ଅବହେଳାର ଶିକାର ହେଉଛନ୍ତି ସାଧାରଣ ଜନତା । ତେବେ କେବେ ସୁଧୁରିବ ଏହି ଅବ୍ୟବସ୍ଥା ତାହା ଏବେ ଦେଖିବାକୁ ବାକି ରହିଲା । ତେବେ ବିଶ୍ବ ସ୍ତରୀୟ ହେବକୁ ଥିବା କଟକ ବଡ ମେଡିକାଲରେ ଏଭଳି ଘଟଣା ଘଟିବା ନିହାତି ଏକ ଦୁଃଖଦ ଘଟଣା ।

Leave a Reply

Your email address will not be published. Required fields are marked *