ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୯ ନଂ ୱାର୍ଡ ଠାରେ ଅବସ୍ଥିତ ଥିବା ସତ୍ୟସାଇ ବାବା ଙ୍କ ଆଶ୍ରମ ରେ ବାବା ସତ୍ୟସାଇ ଙ୍କ ଜନ୍ମ ବାର୍ଷିକ ଉତ୍ସବ ପାଳନ କରା ଯାଇଥିଲା । ଏହି ଉତ୍ସବ ରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ବିଧାୟକଙ୍କ ପ୍ରତିନିଧି ବିକ୍ରମ କେଶରୀ ଜେନା, ଯୁବ ସଂଗଠକ ମନୋଜ ବାରିକ ଏବଂ ବାଣପୁରର ବହୁ ମାନ୍ୟଗନ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି ବାଣପୁର ଅଞ୍ଚଳର ଗରିବ ଓ ଅସହାୟ ଲୋକମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରିଥିଲେ l
ବାଣପୁରରେ ସତ୍ୟସାଇ ଙ୍କ ଜନ୍ମ ବାର୍ଷିକ ଅବସରରେ ଗରିବ ଓ ଅସହାୟ ଲୋକମାନଙ୍କୁ ଶୀତବସ୍ତ୍ର ପ୍ରଦାନ !!!

