ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଠାରେ ଭାରତୀୟ ମଜଦୁର ସଙ୍ଘ ସହ ଅନୁବନ୍ଧିତ ଅଲ ଓଡ଼ିଶା ଅଙ୍ଗନବାଡି ଲେଡିଜ ୱାରକରସ ଆସୋସିଏସନ ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଶାଖା ପକ୍ଷରୁ 8 ଦଫା ଦାବି ନେଇ ସିଡିପିଓଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ । ଏହି ଆନ୍ଦୋଳନ ରେ ବ୍ଳକ ର 300 ରୁ ଉର୍ଦ୍ଧ୍ବ ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀ ଓ ହେଲ୍ପର ମାନେ ଉପସ୍ଥିତ ଥିଲେ । 8 ଦଫା ଦାବି ଗୁଡିକ ହେଲା ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ଭାବେ ମାନ୍ୟତା, ମିନି ଅଙ୍ଗନବାଡି କର୍ମୀଙ୍କୁ ଅଙ୍ଗନବାଡି କର୍ମୀ ଭାବରେ ନିଯୁକ୍ତି , ଏ ପି ଏଫ ଓ ଇ ଏସ ଆଇ ସି ଲାଗୁ, ଶିକ୍ଷାଗତ ଯୋଗ୍ୟତା ଅନୁସାରେ ପ୍ରି ପ୍ରାଇମେରୀ ଶିକ୍ଷୟିତ୍ରୀ ଭାବରେ ନିଯୁକ୍ତି , ସହାୟିକା ମାନଙ୍କୁ ଅଙ୍ଗନବାଡି କର୍ମୀ ଭାବେ ପଦୋନ୍ନତି, କାର୍ଯ୍ୟରତ ସମୟରେ ମୃତ୍ୟୁ ହେଲେ 5 ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ, ଅବସର କାଳୀନ ସହାୟତା ରାଶି ପ୍ରଦାନ, ଅବସରକାଳୀନ ସହାୟତା ରାଶି 5 ଲକ୍ଷ ଓ ମାସିକ 5 ହଜାର ଟଙ୍କା କରାଯିବା, ପୋଷଣ, ଟ୍ରାକର, ମାତୃ ମଙ୍ଗଳ, ମମତା ଦିବସ ଓ ଗାଁ କଲ୍ୟାଣ ଆଦି ଯୋଜନା ରୁ ସେମାନଙ୍କୁ ବିରତି ଦେବାକୁ ଦାବି ରଖିଛନ୍ତି । ଏହି ଦାବି ଗୁଡିକ ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଧାରଣା ଜାରି ରହିବ ବୋଲି ଜଣା ପଡ଼ିଛି । ଏହି କାର୍ଯ୍ୟକ୍ରମରେ ବ୍ଳକ ଅଙ୍ଗନବାଡି ସଭାପତି ଶୁଭ ଦେବୀ, ସମ୍ପାଦିକା ସଂଯୁକ୍ତା ପଲେଇ, ଜିଲ୍ଲା ସଭାପତି ପୁଷ୍ପାଞ୍ଜଳି ପଣ୍ଡା କୋଷାଧ୍ୟକ୍ଷ ପ୍ରମୁଖଙ୍କ ସହ ମିନି ଅଙ୍ଗନବାଡି କର୍ମୀ ହେଲପର ଉପସ୍ଥିତ ରହିଥିଲେ ।
ଆଠ ଦଫା ଦାବି ନେଇ ଅଙ୍ଗନବାଡି କର୍ମୀଙ୍କ ସିଡିପିଓଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା !!!

