ଚିନ୍ମୟ ଫାଉଣ୍ଡେସନର ୧୪୦ ତମ ସାପ୍ତାହିକ କରୋନା ସଚେତନତା ଓ ୩୯ ତମ ସମୀକ୍ଷା ବୈଠକ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନାର ବିନାଶ ନିମନ୍ତେ ଅଣ୍ଟା ଭିଡ଼ିଥିଲା ଯାଜପୁର ଜିଲ୍ଲା ବାବଲପୁରସ୍ଥିତ ଅଗ୍ରଣୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ । ଗତ ୨୨ମାର୍ଚ୍ଚ ୨୦୨୦ ମସିହାରୁ ଅଦ୍ୟାବଧି ୯୮୦ଦିନ ଧରି ନିରବଛିନ୍ନ ପ୍ରକ୍ରିୟାରେ ଲୋକ ମାନଙ୍କୁ ସଚେତନ କରାଇବା ସହ ମାକ୍ସ, ସାନିଟାଈଜର, ହ୍ୟାଣ୍ଡ ଗ୍ଳୋବ୍ସ ଆଦି ବଣ୍ଟନ କରାଯାଉଥିଲା । ଏତଦ ଭିନ୍ନ ଗରିବ, ଅସହାୟ, ପାଗଳା ପାଗିଳି, ବୃଦ୍ଧ ବୃଦ୍ଧା ଆଦିଙ୍କୁ ଖାଦ୍ୟ, ଗ୍ରୋସରୀ ସାମଗ୍ରୀ, ବସ୍ତ୍ର, କମ୍ବଳ, ମଶାରୀ ଆଦି ସମଗ୍ର ଓଡିଶାର ବିଭିନ୍ନ ସ୍ଥାନରେ ଶାଖା କାର୍ଯ୍ୟାଳୟ ମାଧ୍ୟମରେ ବଣ୍ଟନ କରା ଯାଉଥିବା ବେଳେ ଫାଉଣ୍ଡେସନର ଦିନସଂଖ୍ୟା ୯୭୪ ରୁ ୯୮୦ ପର୍ଯ୍ୟନ୍ତ ଅର୍ଥାତ ୧୪୦ ତମ ସପ୍ତାହର କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜାରି ରହିଥିବାର ଦେଖିବାକୁ ମିଳିଛି । ପ୍ରତି ୨୫ ଦିନରେ କାର୍ଯ୍ୟକ୍ରମ ଗୁଡିକର ସମୀକ୍ଷା କରାଯାଉଥିବା ବେଳେ, ୯୭୫ ତମ ଦିବସର ୩୯ ତମ ସମୀକ୍ଷା ବୈଠକ ସ୍ଥାନୀୟ ମଙ୍ଗଳପୁରସ୍ଥିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗୃପ ପରିସରରେ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସଂଚାଳକ ଭାବରେ କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାର, ସମୀକ୍ଷକ ଭାବରେ ଶିଶୁକବି ତଥା ଯୁବ ସାମ୍ବାଦିକ ଧୀରେନ୍ଦ୍ର କୁମାର ମଲ୍ଲିକ, ବିକ୍ରମ ବେହେରା ଆଦି ଯୋଗଦାନ କରି ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ସହ ବିଗତ ୨୫ ଦିନର କାର୍ଯ୍ୟକ୍ରମ ଗୁଡିକ ସମ୍ପର୍କରେ ଆଲୋଚନା ଓ ପର୍ଯ୍ୟାଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *