ଉଗ୍ର ରୂପ ନେଉଛି ଚିଲିକା ନିର୍ବାଚନୀ ମଣ୍ଡଳୀ ରେ ବିଜେଡି ର ଗୋଷ୍ଠୀ କନ୍ଦଳ !!!

0
202

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଛି ଚିଲିକା ନିର୍ବାଚନୀ ମଣ୍ଡଳୀ ରେ ବିଜେଡି ର ଗୋଷ୍ଠୀ କନ୍ଦଳ । ଗତ ୨୩ ତାରିଖ ରେ ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁଙ୍କ ଢୋଲ ଭିତରେ ମୂଷା ଉପାଖ୍ୟାନର ଖୋଲା ଚେଲେଞ୍ଜ କରିଛନ୍ତି ଚିଲିକା ବିଜେଡି କର୍ମୀମାନେ । ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁଙ୍କ ବିରୁଦ୍ଧରେ ରଣ ହୁଙ୍କାର ଦେଇଛନ୍ତି ଚିଲିକା ବିଜେଡି ନେତା ଓ କର୍ମୀ । ସୂଚନା ଅନୁଯାୟୀ ଗତ ୨୩ ତାରିଖ ଦିନ ଚିଲିକାର ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁଙ୍କ ଦ୍ଵାରା କର୍ମୀ ସମ୍ମିଳନୀ ଆୟୋଜିତ ହୋଇଥିଲା । ସେହି ସଭା ସ୍ଥଳରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵ, ସାଂସଦ ପିନାକୀ ମିଶ୍ର, ଜିଲ୍ଲା ପରିଷଦ ଉପସଭାପତି, ସାଂସଦ ପ୍ରତିନିଧି ଏବଂ ଅନ୍ୟ ଦଳୀୟ ନେତାଙ୍କ ବିରୁଦ୍ଧରେ ବିସ୍ଫୋରକ ବୟାନ ଦେଇଥିଲେ ରଘୁନାଥ ସାହୁ ! ସେ ସିଧାସଳଖ କହିଥିଲେ , ଚିଲିକା ବିଧାୟକ ଜଣେ ଦୁର୍ନୀତିଗ୍ରସ୍ତ ବିଧାୟକ । ପିସି ନଦେଲେ କିଛି କାମ ହେଉନି ବୋଲି କହିଥିଲେ । ଅନୁରୂପ ଭାବେ ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା ଏବଂ ସାଂସଦ ପ୍ରତିନିଧି ମାନସ ପ୍ରଧାନଙ୍କ ବିରୁଦ୍ଧରେ ମଧ୍ୟ ସାଙ୍ଘାତିକ ଅଭିଯୋଗ ଆଣିଥିଲେ ।

ପୂର୍ବତନ ବିଧାୟକଙ୍କ ବୟାନ ବାଜିର ସ୍ପଷ୍ଟୀକରଣ ସ୍ୱରୂପ ଆଜି ବାଲୁଗାଁ ରେ ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣାଙ୍କ ନେତୃତ୍ୱରେ ଏକ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ବିଜେଡିର ଶତାଧିକ କର୍ମୀ ସ୍ଥାନୀୟ ମା’ ଉତ୍ତରାୟଣୀ ମନ୍ଦିର ନିକଟରୁ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ଗାନ୍ଧୀ ଛକ ପର୍ଯ୍ୟନ୍ତ ଯାଇଥିଲେ ଏବଂ ସେଠାରେ ରଘୁନାଥ ସାହୁଙ୍କୁ ବିଜେଡିରୁ ବହିଷ୍କାର ଦାବି ସହ ତାଙ୍କର କୁଶ ପୁତ୍ତଳିକା ମଧ୍ୟ ଦାହ କରିଥିଲେ । ରଘୁନାଥ ସାହୁ ବିଜେପିର ଏଜେଣ୍ଟ ରହିବା ସହ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି ବୋଲି ଗୋପୀନାଥ କହିଥିଲେ । ଅନୁରୂପ ଭାବେ ଗୋପୀନାଥ ନିଜ ପରିବାର ବର୍ଗଙ୍କ ନାମରେ କୋଟି କୋଟି ଟଙ୍କାର କାମ ନେଇଥିବାର ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଥିଲେ । ଯଦି ପୂର୍ବତନ ବିଧାୟକ ଏହାର ପ୍ରମାଣ ଦେଇ ନପାରିଲେ ତେବେ ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କୁ କ୍ଷମା ମାଗିବା ସହ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି ଗଣମାଧ୍ୟମ ସମୁଖରେ ଘୋଷଣା କରିଥିଲେ । ସେହିପରି ଭାବେ ସାଂସଦ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ ମଧ୍ୟ ପୂର୍ବତନ ବିଧାୟକଙ୍କ ଉପରେ ବର୍ଷିଥିଲେ । ତେବେ ଏବେ ଦେଖିବାକୁ ବାକି ରହିଲା ଚିଲିକା ବିଜେଡିରେ ନିଜ ନିଜ ଭିତରେ ଚାଲିଥିବା କାଦୁଅ ଫିଙ୍ଗା ରାଜନୀତି କୁ ଦୃଢ କରିବା ପାଇଁ ବିଜେଡି ମୁଖିଆ କଣ ନିଷ୍ପତ୍ତି ନେଉଛନ୍ତି ! ଆଗାମୀ ଘଟଣା ଉପରେ ଏବେ ସମସ୍ତଙ୍କ ନଜର ।

LEAVE A REPLY

Please enter your comment!
Please enter your name here