ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କ ପ୍ରତିଭା ବିକାଶ ନିମନ୍ତେ ଉତ୍ସାହ କାର୍ଯ୍ୟକ୍ରମ ଆୟୋଜିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଶିଶୁ ସୁରକ୍ଷା ୟୁନିଟ ଗଜପତି ତରଫରୁ ଜିଲ୍ଲାରେ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁ ମାନଙ୍କୁ ନେଇ ସେମାନଙ୍କର ଶାରିରୀକ ଓ ମାନସିକ ପ୍ରତିଭାର ବିକାଶ ନିମନ୍ତେ ପାରଳାଖେମୁଣ୍ଡିର ଷ୍ଟାଡିୟମ ଠାରେ ବିଭିନ୍ନ ପ୍ରତିଯୋଗିତା ଉଚ୍ଚଡିଆଁ, ଲମ୍ବଡିଆଁ, ଦୌଡ଼ ପ୍ରତିଯୋଗିତା, କ୍ୟାରମ , ଚେସ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି ! 50 ରୁ ଉର୍ଦ୍ଧ୍ବ ଶିଶୁ ଏଥିରେ ଅଂଶ ଗ୍ରହଣ କରି ସେମାନଙ୍କର ପାରଦର୍ଶିତା ଦେଖାଇଥିଲେ । ପ୍ରତି ପ୍ରତିଯୋଗିତା ଅଂଶ ଗ୍ରହଣକାରୀ ମଧ୍ୟରୁ ପ୍ରଥମ ଦ୍ୱିତୀୟ ତୃତୀୟ ସ୍ଥାନ ଅଧିକାର କରିଥିବା ଶିଶୁଙ୍କୁ ମନୋନୀତ କରାଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାରେ ଏହିପରି କାର୍ଯ୍ୟକ୍ରମ କରାଯାଇଛି । ଯେଉଁ ଅଂଶ ଗ୍ରହଣ କାରୀ ଜିଲ୍ଲା ସ୍ତରରେ ପ୍ରଥମ ଦ୍ୱିତୀୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ସେମାନଙ୍କୁ ରାଜ୍ୟ ସ୍ତର ପ୍ରତିଯୋଗିତାରେ ଭାଗ ନେବେ ଏବଂ ରାଜ୍ୟ ସ୍ତରରେ ମନୋନୀତ ହେଲେ ଜାତୀୟ ସ୍ତରକୁ ଯିବେ ! ସେଠାରେ ଏହି ଭଳି ପ୍ରତିଯୋଗିତା ବିଭିନ୍ନ ରାଜ୍ୟ ରୁ ଆସିଥିବା ଶିଶୁମାନଙ୍କ ମଧ୍ୟରେ ମଧ୍ୟରେ ପ୍ରତିଯୋଗିତା ହୋଇ ପ୍ରଥମ ସ୍ଥାନ ଅଧିକାର କରିଥିବା ଶିଶୁଙ୍କୁ ମାନପତ୍ର ସହ ଆର୍ଥିକ ରାଶି ପ୍ରଦାନ କରି ପୁରସ୍କୃତ କରାଯିବ । ଏହି କାର୍ଯ୍ୟକ୍ରମ ରେ ଉଦଯାପନୀ ଉତ୍ସବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଏବଂ ସହକାରୀ ଉଚ୍ଚ ବିଦ୍ୟାଳୟ ର ଦୁଇ ଜଣ PET ଶିକ୍ଷକ ଉପସ୍ଥିତ ରହି ଶିଶୁ ମାନଙ୍କୁ ଉତ୍ସ।ହିତ କରିଥିଲେ । ପ୍ରତୀକ କୁମାର ପାହାଡ଼ ସିଂ , UGH ଶରଧାପୁର ଖେଳ ଶିକ୍ଷକ ଏବଂ UGH ଝାମିର ଖେଳ ଶିକ୍ଷକ ରଞ୍ଜିତ ଶବର ଶିଶୁ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ମାନ ତ୍ବରାନ୍ବିତ କରିବା ସହ ପ୍ରଥମ ସ୍ଥାନ ଅଧିକାର କରିଥିବା ଶିଶୁ କୁ ମନୋନୀତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଗଜପତିର ସମସ୍ତ କର୍ମଚାରୀ ପରିଚାଳନା କରିବା ସହ ଶିଶୁ ଯତ୍ନ ଅନୁଷ୍ଠାନର କର୍ମଚାରୀ ମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *