ଦୋଳବନ୍ଧର ପୁନଃଉଦ୍ଧାର ନିମନ୍ତେ ପୋୖର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଦୋଳବନ୍ଧର ପୁନଃଉଦ୍ଧାର ଓ ସୌନ୍ଦର୍ଯ୍ୟୀ କରଣ ନିମନ୍ତେ ଦୋଳ ବନ୍ଧ କମିଟି ପକ୍ଷରୁ ପୋୖର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର 15 ନମ୍ବର ୱାଡ଼ ସ୍ଥିତ ଦୋଳବନ୍ଧର ପୁନଃ ଉଦ୍ଧାର ଓ ସୌନ୍ଦର୍ଯ୍ୟୀ କରଣ ନିମନ୍ତେ ଦୋଳବନ୍ଧ ଉନ୍ନୟନ କମିଟି ପକ୍ଷରୁ ପୋୖର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲିପିନା ଦାଶଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦୋଳ ବନ୍ଧ ଉନ୍ନୟନ କମିଟି 2003 ମସିହାରୁ ଦୋଳବନ୍ଧର ସଫା ସୁତୁରା ସହ ଉନ୍ନତି ନିମନ୍ତେ 2018 ପର୍ଯ୍ୟନ୍ତ ବନ୍ଧ ଟିର ରକ୍ଷଣାବେକ୍ଷଣ ଦାୟିତ୍ୱ ତୁଲାଇ ଆସୁଥିଲା । ପରବର୍ତ୍ତୀ ସମୟରେ ଉନ୍ନୟନ କମିଟିକୁ ପୌର ପରିଷଦ ପକ୍ଷରୁ ଅଣଦେଖା କରାଯିବା ସହ କୌଣସି କାର୍ଯ୍ୟରେ ସାମିଲ କରା ନଯାଇ ସମ୍ପୂର୍ଣ୍ଣ ଭାବେ ଦୁରେଇ ଦିଆଗଲା ।

ପୌର ପରିଷଦ ତରଫରୁ ଦୋଳବନ୍ଧର ନବୀକରଣ ଓ ସୌନ୍ଦର୍ଯ୍ୟ କରଣ ନାମରେ ବହୁ ଟଙ୍କା ବ୍ୟୟ ପରେ ମଧ୍ୟ ତାର ସଠିକ ଉପଯୋଗ ହୋଇ ପାରଲା ନାହିଁ । ବର୍ତ୍ତମାନ ଦୋଳ ବନ୍ଧଟି ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି । ଯାହା ଫଳରେ ଗଭୀର ପୋଖରୀ ଟି ପୋତି ହୋଇ ଜଳ ସଂରକ୍ଷଣ ନ ହୋଇ ପାରୁନାହିଁ । ଅନାବନା ବୃକ୍ଷ ଗୁଡିକ ଉଠିଯାଇଛି । ତେଣୁ ବନ୍ଧଟିର ସଠିକ ରକ୍ଷଣାବେକ୍ଷଣ କରାଯିବା ପାଇଁ କମିଟିର ସଦସ୍ୟ ମାନେ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ବିନୋଦ ଚନ୍ଦ୍ର ଜେନା, କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ଦୋଳବନ୍ଧ କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *