ନାବାଳିକା ଅପହରଣ ମାମଲାରେ ଅଭିଯୁକ୍ତ ଗିରଫ : ନାବାଳିକା ଉଦ୍ଧାର !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ନାଭାଲ ଫାଣ୍ଡି ଅଧିନସ୍ଥ ଚନ୍ଦ୍ରାପୁଟ ଗ୍ରାମର ଜଣେ ନାବାଳିକାକୁ ଗତ ମାସରେ ସେହି ଗ୍ରାମର ଜଣେ ଯୁବକ ଅପହରଣ କରିନେଇ ଅନ୍ୟତ୍ର ପଳାଇଥିଲେ । ଘଟଣାକୁ ନେଇ ନାବାଳିକାର ପରିବାର ପକ୍ଷରୁ ନାଭାଲ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଥିଲା । ଘଟଣାର ପଦକ୍ଷେପ ନେଇ ମଙ୍ଗଳବାର ନାବାଳିକାକୁ ଉଦ୍ଧାର କରିବା ସହିତ ସମ୍ପୃକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଘଟଣାରୁ ପ୍ରକାଶ ବାଲୁଗାଁ ନିକଟସ୍ଥ ଚନ୍ଦ୍ରାପୁଟ ଗ୍ରାମର ଜଣେ ନାବାଳିକାକୁ ସେହି ଗ୍ରାମର ଜୟନ୍ତ ଜାଲିଙ୍କ ପୁଅ ଭରତ ଜାଲି ବିଭିନ୍ନ ପ୍ରଲୋଭନ ଦେଖାଇ ବିବାହର ପ୍ରତିଶୃତି ଦେଇ ଗତ ଜୁନ ମାସ ୧୦ ତାରିଖ ଦିନ ଅପହରଣ କରି ନେଇ ଯାଇଥିଲା । ଘଟଣାକୁ ନେଇ ନାବାଳିକାର ପରିବାର ପକ୍ଷରୁ ନାଭାଲ ଫାଣ୍ଡିରେ ଲିଖିତ ଅଭିଯୋଗ କରିବାରେ ପୁଲିସ କେଶ ନମ୍ବର ୧୯୫/୨୪ ରେ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଥିଲେ । ମଙ୍ଗଳବାର ସକାଳେ ଟ୍ରେନ ଦ୍ଵାରା ବାଲୁଗାଁ ଫେରିବା ସମୟରେ ପୂର୍ବରୁ ପୁଲିସ ଖବର ପାଇ ରେଲୱେ ଷ୍ଟେସନରେ ଜଗି ରହିଥିଲେ । ଭରତ ନାବାଳିକାକୁ ସାଙ୍ଗରେ ଧରି ଟ୍ରେନରୁ ଓଲ୍ଲାଇବା ବେଳେ ପୁଲିସ ହଠାତ ଚଢ଼ାଉ କରି ଭରତକୁ ଗିରଫ କରି ନାବାଳିକାକୁ ଉଦ୍ଧାର କରିଥିଲେ । ଅଭିଯୁକ୍ତ ଭରତକୁ କୋର୍ଟ ଚାଲାଣ କରିବା ସହିତ ଉଦ୍ଧାର କରାଯାଇଥିବା ନାବାଳିକାକୁ ପରିବାରକୁ ହସ୍ତାନ୍ତର କରାଯାଇଛି ବୋଲି ବାଲୁଗାଁ ଥାନା ଆଇଆଇସି ଜୟ ପ୍ରକାଶ ପରିଡା ଖବର ଦେଇଛନ୍ତି ।

Leave a Reply

Your email address will not be published. Required fields are marked *