ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବର୍ଷିଆନ ସାରସ୍ୱତ ସାଧକ, ବାଗ୍ମୀ, ଐତିହାସିକ, ପ୍ରାଚୀନଲିପି ସଂସ୍କୃତି ଓ ପ୍ରସ୍ଥର ଗବେଷକ ଡ଼ଃ ଏକାଦଶୀ ପାଢୀଙ୍କ ଦ୍ଵାଦଶାହରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଦଶରଥପୁର ବ୍ଲକ ଅନ୍ତର୍ଗତ ତରାଙ୍ଗ ସାଗରପୁରସ୍ଥିତ ବାସଭଵନରେ ଅନୁଷ୍ଠିତ ହୋଇଯାଇଛି । ବର୍ଷିଆନ ସମାଜସେବୀ ତଥା ଚିକିତ୍ସକ ଡା. ଗୋପାଳ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସଭା ସଂଚାଳକ ଭାବରେ ଅଧ୍ୟାପକ ଚିନ୍ମୟ ଦାଶ, ସଂଯୋଜକ ଭାବରେ ବରିଷ୍ଠ ସାମ୍ବାଦିକ ଉମାକାନ୍ତ ଧଳ ଯୋଗଦାନ କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା, ବେଦ ପାଠ ଓ ଗୀତା ପାଠ କରାଯାଇଥିଲା । ପରେ ପରେ ଡ଼ଃ ପାଢ଼ୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ଓ ଡ଼ଃ ପାଢ଼ୀଙ୍କୁ ଭଲ ପାଉଥିବା ବ୍ୟକ୍ତି ବିଶେଷ ତାଙ୍କର ସ୍ମୃତି ଚାରଣ କରିଥିଲେ । ଏହି ସ୍ମୃତି ଚାରଣ ସଭାରେ ଡ଼ଃ ପାଢ଼ୀଙ୍କର ଏକମାତ୍ର ପୁତ୍ର ଗୌତମ ଆର୍ଯ୍ୟଭୂଷଣ, କନ୍ୟା ଲୁସି ପ୍ରିୟଦର୍ଶିନୀ ଓ ମିଲି ପ୍ରିୟଦର୍ଶିନୀ, ପଣ୍ଡିତ ଭୂପତି ଭୂଷଣ ମିଶ୍ର, ପ୍ରାଧ୍ୟାପକ ଡ଼ଃ ସୁରେନ୍ଦ୍ର କୁମାର ମିଶ୍ର, ପ୍ରାଧ୍ୟାପକ ଡ଼ଃ ହରିଶ୍ଚନ୍ଦ୍ର ପଣ୍ଡା, କବି ଧୀରେନ୍ଦ୍ର ମଲ୍ଲିକ, ସାହିତ୍ୟିକ ଭୁବନ ମୋହନ ମହାନ୍ତି, ଅଧ୍ୟାପକ ବଳରାମ ମହାନ୍ତି, ଅଧ୍ୟାପକ ଅନିଲ କୁମାର ମହାନ୍ତି, ମାଷ୍ଟର ମିହିର କୁମାର, ସାହିତ୍ୟିକ ଉମାକାନ୍ତ ଦାସ, ପ୍ରାଧ୍ୟାପକ ଡ଼ଃ ବିଜୟ ସାମଲ, ଡ଼ଃ କାହ୍ନୁ ଚରଣ ମିଶ୍ର, ଡ଼ଃ ବାସୁଦେବ ମିଶ୍ର, ଖଗେଶ୍ୱର ଦାସ, ଡ଼ଃ ଭାଗ୍ୟଧର ସାହୁ, ଗୌତମ ରାୟ, ସନ୍ତୋଷ କୁମାର ନନ୍ଦ, ସୂର୍ଯ୍ୟମଣି ଖୁଣ୍ଟିଆ, ହରପ୍ରସାଦ ଦାସ, ଡ଼ଃ କୁଳମଣି ତ୍ରିପାଠୀ, ସ୍ତମ୍ଭକାର ରବିନାରାୟଣ ସାମଲ, ସାମ୍ବାଦିକ ମାନସ ଜେନା, ଶୈଳେନ୍ଦ୍ର ସାମଲ, କୌଶିକ ଦାସଙ୍କ ସମେତ ବହୁ ବ୍ୟକ୍ତି ଯୋଗଦାନ କରି ଦିବଂଗତ ଆତ୍ମାର ସଦଗତି କାମନା ସହ ଡ଼ଃ ପାଢ଼ୀଙ୍କର ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ଗଭୀର ଆଲୋକପାତ କରିଥିଲେ । ଶେଷରେ ଡ଼ଃ ପାଢ଼ୀଙ୍କର ଜାମାତା ସୁରେଶ କୁମାର ଆଚାର୍ଯ୍ୟ କୃତଜ୍ଞତା ଜ୍ଞାପନ କରିଥିଲେ l
ଡ଼ଃ ଏକାଦଶୀ ପାଢ଼ୀଙ୍କ ଦ୍ଵାଦଶାହରେ ଶ୍ରଦ୍ଧାଞ୍ଜଳି ସଭା !!!

