ଟାଙ୍କୋଳ ହାଇସ୍କୁଲ ପଡିଆ ନିକଟରେ ଅବକାରୀ ଚଢାଉ : ବ୍ରାଉନ ସୁଗାର ଜବତ , ଜଣେ ଗିରଫ !!!

Spread the love

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଇନସପେକ୍ଟର ଆଲୋକ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଟାଙ୍କୋଳ ହାଇସ୍କୁଲ ପଡିଆ ନିକଟରେ ଚଢାଉ କରାଯାଇ ଜଣେ ବ୍ରାଉନ ସୁଗାର ବେପାରୀକୁ ଗିରଫ କରାଯାଇଛି । ଗିରଫ ବ୍ରାଉନ ସୁଗାର ବେପାରୀ ଜଣକ ଟାଙ୍କୋଳ ଗ୍ରାମର ସଂଜୟ ଜୟ ସିଂ.ବୟସ (୪୩) ବର୍ଷ ବୋଲି ଜଣାପଡିଛି । ତାଙ୍କ ନିକଟରୁ ୬ ଲକ୍ଷ ଟଙ୍କା ମୂଲ୍ୟ ୬୨ ଗ୍ରାମ ବ୍ରାଉନ ସୁଗାର ଜଵତ କରାଯିବା ସହ ଏକ ସ୍କୁଟି ଜବତ କରାଯାଇଛି । ଏହି ଚଢାଉରେ ଏସଆଇ ରୋହିତ କୁମାର ଦଣ୍ଡସେନା, ବିଶ୍ୱମ୍ବର ବିଶ୍ୱାଳ, ରତ୍ନାକର ଜାଲି, ପୁରୁଷୋତମ ପାଇକରାୟ, ଉର୍ମିଷ୍ଟା ସାମନ୍ତ ସିଂହାର, ତ୍ରିଲୋଚନ ଭୋଇ ପ୍ରମୁଖ ଅବକାରୀ କନେଷ୍ଟବଳ ସାମିଲ ହୋଇଥିଲେ । ଗିରଫ ଅଭିଯୁକ୍ତ ବିରୁଦ୍ଧରେ କେସ ନମ୍ବର ୭୧/୨୨-୨୩ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇ ଥିବାର ଅବକାରୀ ଇନସପେକ୍ଟର ଆଲୋକ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *