ବର୍ଷା ଫାଉଣ୍ଡେସନ ର ସାଧାରଣ ପରିଷଦ ବୈଠକରେ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସାମାଜିକ ସଂଗଠନ ବର୍ଷା ଫାଉଣ୍ଡେସନ ର ସାଧାରଣ ପରିଷଦ ବୈଠକରେ ଅନୁଷ୍ଠାନର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରାଯାଇଛି ! ଉତ୍ତର ଭୁବନେଶ୍ୱର ପଟିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ବହୁ ସଦସ୍ୟ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ ! ସଂଗଠନର ପରିଚାଳନା ମୁଖ୍ୟ ବର୍ଷା ଦାସ ଙ୍କ ଆବାହକତ୍ୱରେ ଅନୁଷ୍ଠିତ ରହି କାର୍ଯ୍ୟକ୍ରମରେ କିଛି ଯୁବ ଉଦ୍ୟୋଗୀ , ସାମାଜିକ କର୍ମୀ , ଗଣମାଧ୍ୟମ ପ୍ରତିନିଧି , ମହିଳା ସ୍ବେଛାସେବୀ ଉପସ୍ଥିତ ଥିବା ସମୟରେ , କାର୍ଯ୍ୟକ୍ରମ ଶେଷରେ ବୃକ୍ଷରୋପଣ କରାଯାଇଥିଲା ! ସୂଚନାଯୋଗ୍ୟ ପୁରୁଣା ଭୁବନେଶ୍ୱର ଅଞ୍ଚଳର ଏହି ସାମାଜିକ ସଂଗଠନ ବିଭିନ୍ନ କ୍ଷେତ୍ରରେ ନିଜର କାର୍ଯ୍ୟ ଜାରି ରଖିଛି ! ସଂଗଠନ ତରଫରୁ ମନ୍ଦିର ପରିସର ସଫେଇ , ବୃକ୍ଷରୋପଣକୁ ଗୁରୁତ୍ୱ ଦିଆ ଯାଉଥିବା ବେଳେ , ବିଗତ ଦିନରେ ବନ୍ୟା ସମୟରେ ଅସହାୟଙ୍କ ପାଖରେ ରିଲିଫ ସାମଗ୍ରୀ ପହଞ୍ଚାଇ ଥିଲେ ସଂଗଠନର ସଦସ୍ୟ ! ଆଗାମୀ ଦିନରେ ବସ୍ତି ଅଞ୍ଚଳରେ ଲୋକଙ୍କୁ ଶୀତବସ୍ତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଥିବା କଥା ସୂଚନା ଦେଇଛନ୍ତି ଅନୁଷ୍ଠାନର ମୁଖ୍ୟ ବର୍ଷା ଦାସ !

Leave a Reply

Your email address will not be published. Required fields are marked *