ଜୈବ ପୁଞ୍ଜ ମାଧ୍ୟମରେ କୁଣ୍ଡରେ ମାଛ ଚାଷ କରିବା ପାଇଁ ଏକ ଦିବସୀୟ ତାଲିମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କନଫେରେନ୍ସ ହଲ ଠାରେ ଜୈବ ପୁଞ୍ଜ ମାଧ୍ୟମରେ କୁଣ୍ଡରେ ମାଛ ଚାଷ କରିବା ପାଇଁ ଏକ ଦିବସୀୟ ତାଲିମ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଲିସା ବେହେରା, ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକ ସୁରେଶ କୁମାର ପଟ୍ଟନାୟକ, ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟର ଆସିଷ୍ଟାଣ୍ଡ ପ୍ରଫେସର ପ୍ରୀତମ ତ୍ରିପାଠୀ, ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ଟେକିଲିର ମତ୍ସ୍ୟ ଉନ୍ନୟନ ଅଧିକାରୀ ଧର୍ମରାଜ ପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ । ଜୈବ ପୁଞ୍ଜ ମାଧ୍ୟମରେ କୁଣ୍ଡରେ ମାଛ ଚାଷ କରି କମ ଜାଗାରେ ଲାଭବାନ ହୋଇ ପାରିବ, ତା ସାଙ୍ଗକୁ ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚି ପାରିବ, ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ହେବା ଏହାର ମୂଳ ଉଦ୍ଦେଶ୍ୟ । ଏହି ତାଲିମ ଶିବିରରେ ଜିଲ୍ଲାର ବିଭିନ୍ନ ବ୍ଳକର ସହକାରୀ ମତ୍ସ୍ୟ ଅଧିକାରୀ ଉପସ୍ଥିତ ରହିବା ସହ ମତ୍ସ୍ୟ ଚାଷି ଉପସ୍ଥିତ ରହିଥିଲେ । ପରେ କାଶୀ ନଗର ବ୍ଳକର ହରିପୁର ଠାରେ ହୋଇ ଥିବା ଜୈବ ପୁଞ୍ଜ ମାଧ୍ୟମରେ କୁଣ୍ଡରେ ମାଛ ଚାଷ ହୋଇ ଥିବା ଜାଗାକୁ ଚାଷି ମାନଙ୍କୁ ଏକ୍ସପୋଜ ଭିଜିଟ କରାଯାଇଥିଲା । ଚାଷି ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ କୁଣ୍ଡରେ ମାଛ ଚାଷ ଉପରେ କାଶୀ ନଗର ସହକାରୀ ମତ୍ସ୍ୟ ଅଧିକାରୀ ଦେବାଶିଷ ସ୍ୱାଇଁ ପ୍ରୋଜେକ୍ଟ ମାଧ୍ୟମରେ ତାଲିମ ଦେଇଥିବା ବେଳେ , ଆର. ଉଦୟଗିରି ସହକାରୀ ମତ୍ସ୍ୟ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । ମତ୍ସ୍ୟ ବିଭାଗର ଏହି ତାଲିମରେ ଗଣମାଧ୍ୟମକୁ ସୂଚନା ଦେଇ ନ ଥିବାରୁ ସରକାରଙ୍କ ଲୋକାଭିମୁଖୀ ଯୋଜନା ପ୍ରଚାର ପ୍ରସାର ହୋଇ ପାରୁନଥିବାର ମତ୍ସ୍ୟ ଚାଷ ବିଷୟରେ ଅବଗତ ହୋଇ ପାରୁନାହିଁ । ତେଣୁ ଏଥି ପ୍ରତି ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେଇ ଗଣମାଧ୍ୟମ ଦ୍ଵାରା ପ୍ରଚାର ପ୍ରସାର କଲେ ଜନ ସାଧାରଣ ଓ ମତ୍ସ୍ୟ ଚାଷି ଜାଣି ପାରିବେ ବୋଲି ଆଶା କରାଯାଉଛି !

Leave a Reply

Your email address will not be published. Required fields are marked *