ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ସରକାର ଙ୍କ ନିୟମ ଅନୁସାରେ ସମସ୍ତ ଶିକ୍ଷନୁଷ୍ଠାନ ମାନଙ୍କୁ ଦଣ୍ଡ ମୁକ୍ତ କରାଯାଇଛି | ପିଲାମାନେ କିପରି ନିର୍ଭୟ ରେ ଭଲ ପାଠପଢିବେ ଏହାକୁ ଦୃଷ୍ଟି ରେ ରଖି ଏପରି ନିୟମ କରାଯାଇଥିବା ବେଳେ , କଟକ ଜିଲ୍ଲା ନେମାଳ ସ୍ଥିତ ଅଚ୍ୟୁତାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଦେଖିବାକୁ ମିଳିଛି ଏହି ନିୟମ ରେ କିଛି ବ୍ୟତିକ୍ରମ ! ଗତ ୭ ତରିଖ ଦିନ ଅଚ୍ୟୁତାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀ ରେ ପଢ଼ୁଥିବା ସାୱାଜ ଖାନ ଙ୍କୁ , ବିଦ୍ୟାଳୟର ସଲିମ ରାଜ ନାମକ ଜଣେ ଶିକ୍ଷକ ଶ୍ରେଣୀରେ ବିଶୃଙ୍ଖଳା ର ଆଳ ଦେଖାଇ ଅତର୍କିତ ମାଡ଼ ମାରିବା ସହ ଅସଭ୍ୟ ଭାଷା ରେ ଗାଳିଗୁଲଜ କରିଥିଲେ | ଅଭିଯୋଗ ଅନୁସାରେ ସାୱାଜ ଘଟଣା ସ୍ଥଳ ରେ ଚେତା ଶୂନ୍ୟ ହୋଇ ପଡ଼ିଥିଲେ | ସାୱାଜ ଙ୍କୁ ତାଙ୍କ ମାମୁଁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଚିକତ୍ସା କରାଇ ଆଣିବା ପରେ ନେମାଳ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିବାର ଦେଖିବାକୁ ମିଳିଛି | ଅପର ପକ୍ଷେ ଆମ ପ୍ରତିନିଧି ଏହି ବିଷୟ ରେ ଉକ୍ତ ଶିକ୍ଷକଙ୍କ ସହ ଯୋଗାଯୋଗ କରିବା ପାଇଁ ଉକ୍ତ ବିଦ୍ୟାଳୟ କୁ ଯାଇଥିଲେ , ତେବେ ସେଠାରେ ଶିକ୍ଷକ ଅନୁପସ୍ଥିତ ଥିଲେ | ଫୋନ ଯୋଗେ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଶିକ୍ଷକ ଫୋନ ରିସିଭି କରିନଥିଲେ | ତେବେ ଛାତ୍ର ଛାତ୍ରୀ ମାନଙ୍କର ଜୀବନ ରେ ଦଶମ ଶ୍ରେଣୀ ର ଗୁରୁତ୍ୱ ଥିଲାବେଳେ ଏପରି ଶିକ୍ଷକ ଙ୍କର ଦବଙ୍ଗଗିରି କରିବା ଓ ପିଲା ମାନଙ୍କୁ ଭୟଭୀତ କରିବା ଘଟଣା କୁ ନେଇ ଏବେ ବୁଦ୍ଧିଜୀବୀ ମହଲ ରେ ନିନ୍ଦା ର ବିଷୟ ହୋଇଛି |