ବାଣପୁର ଗ୍ରାମୀଣ ମହିଳା ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗ୍ରାମୀଣ ମହିଳା ମହାବିଦ୍ୟାଳୟ ପରିସରରେ ଦୁଇ ଦିନିଆ ଆଥଲେଟିକ୍ ମିଟ୍ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନରେ ଏହି କାର୍ଯ୍ୟକ୍ରମକୁ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ପ୍ରଥମେ ମା ଭଗବତୀଙ୍କ ପୀଠରୁ ଛାତ୍ରୀ ମାନେ ମଶାଲ ଜଳାଇ ଶୋଭାଯାତ୍ରା ଆରମ୍ଭ କରି ମହାବିଦ୍ୟାଳୟ ପରିସରରେ ପହଞ୍ଚିଥିଲେ । ମହାବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଗ୍ରାମୀଣ ମହିଳା ମହାଵିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରଶ୍ମିତା ମହାନ୍ତି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ, ସମ୍ମାନୀତ ଅତିଥି ଭାବରେ ଉପାଧ୍ୟକ୍ଷା ପ୍ରାଚୀପ୍ରଭା ସ୍ୱାଇଁ, ୪ ନମ୍ୱର ୱାର୍ଡର କାଉନସିଲର ରାସଲତା ଜେନା ଓ ମହାବିଦ୍ୟାଳୟର ଅଧ୍ୟାପକ ପ୍ରଶାନ୍ତ କୁମାର ଦାସ ଓ ସର୍ବେଶ୍ୱର ସଡଙ୍ଗୀ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର କ୍ରୀଡା ଅଧ୍ୟାପକ ବିଭୂଦେନ୍ଦୁ ମାନସିଂହ ପରିଚାଳନା କରୁଥିବା ବେଳେ ଶିବ ଶଙ୍କର ପଣ୍ଡା, ରବିନ୍ଦ୍ର କୁମାର ମାର୍ଥା , ମୃତ୍ୟୁଞ୍ଜୟ ମିସ୍ତ୍ରୀ , ପ୍ରଭାତ କୁମାର ବିଶ୍ୱାଳ ସହଯୋଗ କରିଥିଲେ । ଛାତ୍ରୀମାନଙ୍କ ମଧ୍ୟରେ ୧୦୦ ଓ ୨୦୦ମିଟର ଦୌଡ, ହାଇ ଜମ୍ପ, ଲଙ୍ଗ ଜମ୍ପ , ଫୁଟବଲ ଭଲି ବଲ ଖେଳ ପ୍ରତିଯୋଗିତା ହୋଇଥିଲା ।

Leave a Reply

Your email address will not be published. Required fields are marked *