ମା କଟକ ଚଣ୍ଡୀ ଙ୍କ ମନ୍ଦିରରେ ପରିଚାଳନା ଗତ ଅବ୍ୟବସ୍ଥାକୁ ନେଇ ଆସିଲା ଅଭିଯୋଗ !!!

Spread the love

କଟକ // ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ // ନିରଞ୍ଜନ ସାହୁ : ରାଜ୍ୟର ପ୍ରସିଦ୍ଧ ଶକ୍ତିପୀଠ ତଥା କଟକ ସହରର ଆରାଧ୍ୟା ଦେବୀ ମା କଟକ ଚଣ୍ଡୀ ଙ୍କ ମନ୍ଦିରରେ ପରିଚାଳନା ଗତ ଅବ୍ୟବସ୍ଥାକୁ ନେଇ ଆସିଲା ଅଭିଯୋଗ ! ବିଗତ ଦିନରେ ମଧ୍ୟ କଟକ ର କିଛି ସାମାଜିକ ସଂଗଠନ ଏବଂ ପବ୍ଲିକ ରାଇଟ୍ସ ଆସୋସିଏସନ ତରଫରୁ ଏ ସଂକ୍ରାନ୍ତରେ କଟକ ଦେବୋତ୍ତର ବିଭାଗକୁ ଅଭିଯୋଗ କରାଯାଇଥିଲା ! ଦୀର୍ଘ ଦିନ ଧରି ମନ୍ଦିର ଟ୍ରଷ୍ଟ ବୋର୍ଡ ବଦଳା ଯାଉନଥିବାରୁ ଏ ସମସ୍ତ ଅବ୍ୟବସ୍ଥା ହେଉଥିବାର ଦର୍ଶାଇ ଦେବୋତ୍ତର କମିଶନର ଙ୍କୁ ଅଭିଯୋଗ କରିଥିଲେ ପବ୍ଲିକ ରାଇଟ୍ସ ଆସୋସିଏସନ ର ସଦସ୍ୟ ! ଅଭିଯୋଗକୁ ଗୁରୁତ୍ୱର ସହ ନେଇ କାର୍ଯ୍ୟାଳୟ ତରଫରୁ ଅଭିଯୋଗକାରୀଙ୍କ ସହିତ ପ୍ରାରମ୍ଭିକ ଆଲୋଚନା ମଧ୍ୟ ହୋଇଛି ! ପ୍ରସିଦ୍ଧ ମନ୍ଦିରର ଅବ୍ୟବସ୍ଥାକୁ ତୁରନ୍ତ ସମାଧାନ କରିବା ସହ ଟ୍ରଷ୍ଟ ବୋର୍ଡ କୁ ବରଖାସ୍ତ କରି ନୂତନ କମିଟି ଗଠନ ପାଇଁ ଦାବୀ କରିଛନ୍ତି ପବ୍ଲିକ ରାଇଟ୍ସ ଆସୋସିଏସନ ର କର୍ମକର୍ତ୍ତା ! ମନ୍ଦିରରେ ବିଭିନ୍ନ ନିର୍ମାଣ କାମରେ ବ୍ୟାପକ ଅର୍ଥ ହେରାଫେରି ସହିତ ନିମ୍ନ ମାନର କାମ ହୋଇଥିବାରୁ , ସେସବୁର ଯାଞ୍ଚ ସହିତ ଗତାନୁଗତିକ ଟ୍ରଷ୍ଟ କୁ ତୁରନ୍ତ ଭାଙ୍ଗିବା ପାଇଁ ଦାବୀ କରିଛନ୍ତି ସମାଜିକ କର୍ମୀ ! ଦେବୋତ୍ତର ବିଭାଗ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାନଗଲେ , ଆଗାମୀ ଦିନରେ ଆଇନ ର ଆଶ୍ରୟ ନେବା ସହିତ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଂଗଠନ ତରଫରୁ ସୂଚନା ଦିଆ ଯାଇଛି !

Leave a Reply

Your email address will not be published. Required fields are marked *